ମାଲକାନଗିରି,୧୫/୦୪ (ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ମଙ୍ଗଳବାର ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ଅଞ୍ଚଳ ପାଇଁ କାର୍ଯ୍ୟ କରିଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଞ୍ଚଳ ପାଇଁ ସର୍ବଦା ସମାଜସେବା କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବା ସମାଜସେବୀ ମୀରାରାଣୀ ସେଠୀ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମୀରା ଆଜିକୁ ଦୀର୍ଘ ୧୨ ବର୍ଷ ହେବ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସିଂ ଅଫିସର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ସେ ଏମଭି-୧୯ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଛନ୍ତି। ତେବେ ମୀରା ଙ୍କ ବଦଳି ହେବା ପରେ ମଧ୍ୟ ସେ ସର୍ବଦା ବାଲିମେଳା ତଥା ଏହାର ଆଖପାଖ ଅଞ୍ଚଳର ସେବା କରି ସର୍ବଦା ଚର୍ଚ୍ଚା ରେ ରହି ଆସିଛନ୍ତି। ମୀରା ଙ୍କ ଏହି ନିଃସ୍ୱାର୍ଥପର ସେବା ମନୋବୃତ୍ତି ପାଇଁ ଆଜି ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ମୀରା ଙ୍କ ଭଳି ସମାଜସେବୀ ଙ୍କୁ କମିଟି ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରିବାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ତେବେ ମୀରାଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରିବା ପରେ ମୀରା ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ସେ ଆଗାମୀ ଦିନରେ ନିଜର ଏହି ସମାଜସେବା ଜାରି ରଖିବେ ବୋଲି କହିଛନ୍ତି। ମୀରା ଙ୍କୁ ଏହି ମାନପତ୍ର ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା, ଆମ୍ବେଦକର ସ୍ମୃତି କମିଟି ସଭାପତି ହାଡୁ ହନ୍ତାଳ, ସମାଜସେବୀ ଡମ୍ବରୁ ବାଘ ପ୍ରମୁଖ ପ୍ରଦାନ କରିଥିଲେ।
