ମାଲକାନଗିରି,୧୫/୦୪ (ସୁଧାଂଶୁ ଶେଖର ମହାନ୍ତି)ସିଡିଏମ ମେସିନ କକ୍ଷରେ ଥିବା ଏସି ଅଚଳ, ଟଙ୍କା ଜମା ଏବଂ ପାସବୁକ ଅପଡେଟ କରିବାକୁ ଆସୁଥିବା ଗ୍ରାହକ ହନ୍ତସନ୍ତ ହେଉଥିବା ନେଇ କରିଛନ୍ତି ଅଭିଯୋଗ। ତେବେ ଏଭଳି ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ଓରକେଲ ଏସବିଆଇ ବ୍ୟାଙ୍କ ଶାଖାର ସିଡ଼ିଏମ ମେସିନ ଥିବା କକ୍ଷରେ ଦେଖିବାକୁ ମିଳିଛି। ଦିନକୁ ଦିନ ସହରରେ ଟାଣ ଖରା ହେଉଥିବା ବେଳେ ଲୋକେ ନିଜର ନିୟମିତ ବ୍ୟାଙ୍କ କାର୍ଯ୍ୟ ଯେପରିକି ଆକାଉଣ୍ଟରେ ଟଙ୍କା ଜମା କରିବା ଏବଂ ପାସବୁକ ଅପଡେଟ କରିବା ନିମନ୍ତେ ଏସବିଆଇ ଶାଖାର ଏହି ସିଡ଼ିଏମ ମେସିନ କକ୍ଷକୁ ଆସିଥାନ୍ତି। ତେବେ ଏହି କକ୍ଷରେ ଥିବା ଏସି ଆଜିକୁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇଯାଇଥିବା ବ୍ୟାଙ୍କ କୁ ଆସୁଥିବା ଗ୍ରାହକ କହିଛନ୍ତି। ନାମକୁ ମାତ୍ର ଏସି ଟି ଅନ ହୋଇ ରହିଥିବା ବେଳେ ତାହା କକ୍ଷକୁ ଥଣ୍ଡା କରୁନଥିବା ଗ୍ରାହକ ଅଭିଯୋଗ କରିଛନ୍ତି। ଏନେଇ କିଛି ଗ୍ରାହକ ବ୍ୟାଙ୍କ କତ୍ତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି। ଯଦି ଆକାଉଣ୍ଟରେ ଟଙ୍କା ଜମା କରିବା ନିମନ୍ତେ ଗ୍ରାହକ ଙ୍କ ଲମ୍ବା ଲାଇନ ଲାଗିଯାଏ ତ ଦୀର୍ଘ ସମୟ ଧରି ବାଧ୍ୟହୋଇ ଗ୍ରାହକ ମାନେ ଗରମରେ ନିଜ ଝାଳ କୁ ପୋଛି ଟଙ୍କା ନିଜ ଆକାଉଣ୍ଟରେ ଜମା କରୁଥିବା ଦେଖିବାକୁ ମିଳିଛି। ଏନେଇ ଆମେ ଶାଖା ପରିଚାଳକ ମାନସ ବାଗ ଙ୍କୁ ପଚାରିବାରୁ ସେ ବ୍ୟାଙ୍କ ସିଧାସଳଖ ଏହି ମରାମତି କଥା ବୁଝୁ ନଥିବା ବେଳେ ଏହି ମରାମତି ବ୍ୟବସ୍ଥା ଅନ୍ୟ ବିଭାଗ ବୁଝୁଥିବା ସେ କହିଥିଲେ। ତଥାପି ସେ ଏନେଇ ନିଜେ ଚେଷ୍ଟା କରି ଏହି ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ। ତେବେ ତୁରନ୍ତ ଏହି ଏସି ର ମରାମତି କିମ୍ବା ନୂତନ ଏସି ଏହି ସିଡ଼ିଏମ କକ୍ଷରେ ଲଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
