ବାରିପଦା, ୦୩/୦୩(ପାଇକପୁଅ)ବାଘରାରୋଡ ସ୍ଥିତ ୟୂରୋକିଡସ ପ୍ରି-ସ୍କୁଲର ବାର୍ଷିକଉତ୍ସବ ସହିଦ ସ୍ମୃତିଭବନରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ବିଶିଷ୍ଟ ଅତିଥି ଭାବରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇ ପିଲାଙ୍କୁ ଶିକ୍ଷା ସହ ସଂସ୍କାର ପ୍ରଦାନରେ ପ୍ରି -ସ୍କୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦେଶକ ଡାଃ ସମ୍ରାଟ ଗୌଡା, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଏସପି ସବିତା ମାଝୀ, ହୋଟେଲ ଲିଭ୍ୟାର ପ୍ରତିଷ୍ଠାତା ରମେଶ ଚନ୍ଦ୍ର ସିଂହ, ଅନୁଷ୍ଠାନର ନିର୍ଦ୍ଦେଶିକା ସୁନୀତା ଘିବେଲା ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ।କୁନି କୁନି ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ। ବାର୍ଷିକ ଉତ୍ସବରେ ଓଡ଼ିଆ ଅଭିନେତା ତଥା ଆଙ୍କର ଆଲୋକ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଏହି ଅବସର ରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଏବଂ ବିଦ୍ୟାଳୟର ଗୁରୁମା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୁନି କୁନି ଛାତ୍ର ଛାତ୍ରୀଙ୍କ ସହ ବହୁସଂଖ୍ୟାରେ ଅବିଭାବକ ମାନେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ସଂୟୋଜିକା,ଶିକ୍ଷୟତ୍ରୀ ଏବଂ ତତ୍ତ୍ୱାବଧାନକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହୋଯୋଗ କରିଥିଲେ।
