ମାଲକାନଗିରି,୦୩/୦୩ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ସ୍ତରୀୟ ଏଚପିଭି ଟୀକାକରଣ ଆଜି ଶୁଭାରମ୍ଭ ହୋଇଯାଇଛି। କୋରୁକୋଣ୍ଡା ବ୍ଲକ ବିଡ଼ିଓ ଅମୁଲ୍ୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ମାଲକାନଗିରି ବିଧାୟକ ପ୍ରତିନିଧି ମୁଁୟା ମାଡକାମୀ, ଡାକ୍ତର ପ୍ରୀତମ କୁମାର ସାହୁ, ଡାକ୍ତର ଅନିମେଶ କର, ବିପିଏମ କେ ମଣ୍ଟୁଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଜରାୟୁ ଗ୍ରୀବା କର୍କଟର ପ୍ରତିରୋଧ ନିମନ୍ତେ ଏହି ଟୀକା ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ରହିଥିବା ସମସ୍ତ ବାଳିକାଙ୍କୁ ମାଗଣାରେ ଦିଆଯିବ। ପ୍ରଥମ ଦିନରେ ଆଜି ୧୩ ଜଣ ବାଳିକାଙ୍କୁ ଏହି ଟୀକା ଦିଆ ଯାଇଛି। ଟୀକା ଦେବାପରେ ସମସ୍ତଙ୍କୁ ୩୦ ମିନିଟ ନିରୀକ୍ଷଣ ରେ ରଖାଯାଇଥିଲା। ଟୀକା ନେବା ପରେ କୌଣସି ବାଳିକାଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ। ଆଜିର ଉଦ୍ଘାଟନୀ ସମାରୋହରେ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
