ମାଲକାନଗିରି,୨୮/୦୨ (ସୁଧାଂଶୁ ଶେଖର ମହାନ୍ତି)ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ, ତେବେ ଯାତ୍ରା ଯାଇ ୨ ଦିନ ହେବ ସ୍କୁଲ ଆସିନଥିବା ହେତୁ ମାଡ଼ ମାରିଥିବା ନେଇ ସୂଚନା। ଏପରି ଘଟଣା ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ସଦରସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ମିଳିଥିବା ସୂଚନାନୁଯାୟୀ ସ୍କୁଲ ର ୪ର୍ଥ ଶ୍ରେଣୀର ଛାତ୍ରୀ କୋରୁକୋଣ୍ଡା ରେ ବଡ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେହି ସମୟରେ ୨ ଦିନ ସ୍କୁଲ ଆସିନଥିଲେ। ତେବେ ପରେ ଉକ୍ତ ଛାତ୍ରୀ ଜଣଙ୍କ ସ୍କୁଲ ଆସିଥିବା ବେଳେ ଶୁକ୍ରବାର ଶିକ୍ଷୟତ୍ରୀ ଝରଣାରାଣୀ ଘୋଷ ଉକ୍ତ ଛାତ୍ରୀଟିକୁ ପାଠ ସମ୍ବନ୍ଧୀୟ ପ୍ରଶ୍ନ ପଚାରି ବାଡ଼ି ମାଧ୍ୟମରେ ଛାତ୍ରୀ ଙ୍କୁ ନିସ୍ତୁକ ମାଡ଼ ମାରି ନୋଳା ଫଟାଇ ଲହୁ ଲୁହାଣ କରିଥିଲେ। ଏନେଇ ଆମେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଟୁନି ଖରା ଙ୍କୁ ପଚାରିବାରୁ ସହ ଶିକ୍ଷୟତ୍ରୀ ଶ୍ରୀମତୀ ଘୋଷ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣା ସତ, ତେବେ ବୟସ ହୋଇ ଯାଇଥିବା ହେତୁ ତାଙ୍କର ବିପି ବଢି ଯାଇଥିଲା। ତେଣୁ ସେ ନିସ୍ତୁକ ମାଡ଼ ମାରିଥିବା ସ୍ୱୀକାର କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଖରା କହିଥିଲେ। ଏନେଇ ଆମେ ମାଡ଼ ମାରିଥିବା ଶିକ୍ଷୟତ୍ରୀ ଶ୍ରୀମତୀ ଘୋଷ ଙ୍କୁ ପଚାରିବାରୁ ସେ ରାଗରେ ଏପରି ହୋଇ ଯାଇଥିବା ଏବଂ ନିସ୍ତୁକ ମାଡ଼ ମାରିବା ପରେ ଉକ୍ତ ଛାତ୍ରୀ ଜଣଙ୍କ ପାଇଁ ଔଷଧ ଦୋକାନ ରୁ ମଲମ ନେଇ ଆସିଥିବା କହିଥିଲେ। ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ ଙ୍କୁ ପଚାରିବାରୁ ଏନେଇ ବର୍ତ୍ତମାନ ତାଙ୍କ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ସେ ନିଶ୍ଚୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ତେବେ ସରକାର ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ନ ମାରି ପାଠ ପଢ଼ାଇବା ନେଇ ବିଭିନ୍ନ ନିୟମାବଳୀ ଜାରି କରିଥିବା ବେଳେ ଛାତ୍ରୀ ଙ୍କୁ ଏପରି ନିସ୍ତୁକ ମାଡ଼ ମାରିବା କେତେ ଦୂର ଯୁକ୍ତିଯୁକ୍ତ ସେନେଇ ଛାତ୍ରୀଙ୍କ ପିତାମାତା ଯୁକ୍ତି ବାଡ଼ିଛନ୍ତି। ତେବେ ତୁରନ୍ତ ଏପରି ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମିସ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଅଭିଭାବିକା ଦାବି କରିଛନ୍ତି।
