ବାରିପଦା, ୨୮/୦୨(ପାଇକପୁଅ)ବିଜେପି ମୟୂରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲ୍ଳା ପକ୍ଷରୁ ବାରିପଦାର ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ଜିଲ୍ଲା ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଜେପି ରାଜ୍ୟ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ଉପ ସଭାନେତ୍ରୀ ତଥା ପ୍ରଭାରୀ ସିପ୍ରା ବାଜପେୟୀ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି କାନ୍ଦରା ସୋରେନ, ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ଉଦଳା ମ୍ୟୁନିସିପାଲଟିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ସୁଗୁଦା ମୁର୍ମୁ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଶିବିର ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ଆଲୋଚନା କରିବା ସହ ରାଜ୍ୟ ବଜେଟ, ସମର୍ପଣ ନିଧି, ଏସଆଇଆର ବିଷୟରେ ଚର୍ଚ୍ଚା କରିଥିଲେ. ଜିଲ୍ଲା ସମ୍ପାଦକ ପ୍ରବୀଣ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ, ଅନ୍ୟତମ ସମ୍ପାଦକ ପ୍ରଦୀପ ମହାନ୍ତି ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ପ୍ରାଣକୃଷ୍ଣ ବେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିବିରରେ ରାଜ୍ୟ ଜିଲ୍ଲା ନେତୃତ୍ୱଙ୍କ ସହ ଜିଲ୍ଲାର ୨୦୦ରୁ ଅଧିକ ମଣ୍ଡଳ ସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ।
