ମାଲକାନଗିରି,୨୦/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଏକ ନୂତନ ଆମ୍ବୁଲାନ୍ସ ଗାଡି ଆସିଥିବା ବେଳେ ଏହି ନୂତନ ଆମ୍ବୁଲାନ୍ସଟିର ଉଦଘାଟନ ହୋଇଯାଇଛି। ଏହି ନୂତନ ଆମ୍ବୁଲାନ୍ସ ଟିକୁ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡାକ୍ତର ସୌଭାଗ୍ୟ ରଞ୍ଜନ ହୁଈ। ନଡ଼ିଆ ମାରି ଧୂପ ଏବଂ ଦ୍ବୀପ ଦେଇ ପୂଜାର୍ଚ୍ଚନା କରି ଗାଡିଟିର ଶୁଭାରମ୍ଭ କରାଯାଇଥିଲା। ସୂଚନା ଥାଉ କି ପୂର୍ବେ ଏହି ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ତେବେ ଉକ୍ତ ଆମ୍ବୁଲାନ୍ସ ଟି ପୁରୁଣା ହୋଇଯାଇଥିବାରୁ ବର୍ତ୍ତମାନ ବିଭାଗ ପକ୍ଷରୁ ଏହି ନୂତନ ଆମ୍ବୁଲାନ୍ସଟି ଏମରି ସବୁଜ ସ୍ୱାସ୍ଥ୍ୟସେବା କମ୍ପାନୀ ମାଧ୍ୟମରେ ପ୍ରଦାନ କରିଥିବା ସୂଚନା ମିଳିଛି। ଆଜିର ଏହି ନୂତନ ଆମ୍ବୁଲାନ୍ସ ଉଦଘାଟନ ସମୟରେ ଇନଚାର୍ଜ ଡାକ୍ତର ଶ୍ରୀ ହୁଈ ଙ୍କ ସମେତ ନର୍ସିଂ ଅଫିସର ରମ୍ୟ ରଞ୍ଜନ ପାଣିଗ୍ରାହୀ, ଫାର୍ମାସିଷ୍ଟ ବିକ୍ରମ ପାତ୍ର, ଆମ୍ବୁଲାନ୍ସ ଚାଳକ ବନୋଜିତ ଗାଏନ ଙ୍କ ସମେତ ଅନ୍ୟ ଡାକ୍ତର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
