ବାରିପଦା, ୨୦/୦୨(ପାଇକପୁଅ)ଗ୍ରୀଷ୍ମ ରୁତୁ ପ୍ରାରମ୍ଭରୁ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ଵାନ କ୍ରମେ ଆଜି ସଂଗଠନ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ଵରେ ଓ୍ବାଟକୋ ଅଫିସ ଓ ବାରିପଦା ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସଂଜୀବ ରାଉତ,ରାକେଶ ମହାନ୍ତି ଏସକେ ରାଜାଖାନ,ଜ୍ୟୋତିରଞ୍ଜନ ପୃଷ୍ଟି, ଦୀପକ କୁମାର ବେହେରା, ସଞ୍ଜୟ ମାହାଣା, ସଞ୍ଜୟ ମହାନ୍ତ,ରୁଦ୍ର ପଟ୍ଟନାଏକ, ମନୋଜ ମହାନ୍ତି, ପ୍ରଦୀପ ପଣ୍ଡା, ସାଫଲ୍ୟ ମିଶ୍ର, ସିଙ୍ଗରାୟ ହେମ୍ବ୍ରମ, ସତ୍ୟ ପୃଷ୍ଟି, ସୁମିତ ରାଉଳ, ଲିପୁନ ପୃଷ୍ଟି, ପ୍ରିୟଂଗୁ ଖଟୁଆ,ଓମପ୍ରକାଶ ବାରିକ,ମନୋରଞ୍ଜନ ସାହୁ, ବାପୁନ ସିଂ, ଦୀପକ କୁମାର ପାତ୍ର, ଆଶିଷ ବେହେରା ପ୍ରମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ। ସେହିପରି ସମାନ ଦାବୀ ନେଇ ରାଇରଙ୍ଗପୁର ଆରଡବ୍ଲୁଏସଏସ ଅଧିକ୍ଷଣ ଯନ୍ତ୍ରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ମଧ୍ଯ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ଵରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଭାଗବତ ହେମ୍ବ୍ରମ ପ୍ରମୁଖଙ୍କ ସହିତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ। ଶେଷରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମାଧ୍ୟମରେ ଯଥାଶୀଘ୍ର ଲୋକଙ୍କୁ କେବଳ ପ୍ରତିଶ୍ରୁତି ନଦେଇ ପାନୀୟ ଜଳ ଯୋଗାଇବାକୁ ଶତପ୍ରତିଶତ ପ୍ରଚେଷ୍ଟା କରି ପାନୀୟ ଜଳ ଯୋଗାଇବା ଦାବି ନେଇ ଏକ ଦାବି ପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ପାନୀୟ ଜଳ ଯୋଗାଣରେ ଉଭୟ ବିଫଳ ବିଭାଗ ବିଫଳ ହେଲେ ଆଗାମୀ ଦିନରେ ଉପରୋକ୍ତ ଅଫିସ ଗୁଡିକୁ ସମ୍ପୂର୍ଣ୍ଣ ଅଚଳ କରାଯିବ ବୋଲି ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।
