ବାରିପଦା,୧୮/୦୨ (ପାଇକପୁଅ)ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ୧ମ ମ୍ୟାଚରେ ମୟୁରଭଞ୍ଜ ରୟାଲସ ୮ ଉଇକେଟରେ ରୁଦ୍ରାକ୍ଷ ଦଳକୁ ପରାସ୍ତ କରିଥିଲା। ରୁଦ୍ରାକ୍ଷ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରିଥିବା ବେଳେ ମୟୁରଭଞ୍ଜ ରୟାଲସ ୧୦. ୧ ଓଭରରେ ୨ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ। ରୁଦ୍ରାକ୍ଷ ଦଳର ମନୁ ରାମ ସର୍ବାଧିକ ୪୭ ରନ କରିଥିବା ବେଳେ ମୟୁରଭଞ୍ଜ ରୟାଲସର କମଲ ପ୍ରୀତ ସିଂହ ସର୍ବାଧିକ ୫୭ ରନ କରିଥିଲେ।୨ୟ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୭ ଉଇକେଟରେ ଏଞ୍ଜେଲ ରଣାକୁ ପରାସ୍ତ କରିଥିଲା। ଏଞ୍ଜେଲ ରଣା ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୮ ଉଇକେଟ ହରାଇ ୧୩୫ କରିଥିବା ବେଳେ ପ୍ଲେ ବେକ ଚାଲେଞ୍ଜର ୧୦. ୫ ଓଭରରେ ୩ ଉଇକେଟ ହରାଇ ୧୩୯ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ।ପ୍ଲେ ବେକର ଆଦିତ୍ୟ ବସା ସର୍ବାଧିକ ୪୫ ରନ କରିଥିବା ବେଳେ ଏଞ୍ଜେଲ ରଣା ଦଳର ଅଭିଜିତ ବାରିକ ସର୍ବାଧିକ ୩୭ ରନ କରିଥିଲେ। ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ।ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ।ପୂର୍ବ ଦିନର ୩ୟ ମ୍ୟାଚରେ ଦାନୀ ଏକାଦଶ ୨୨ ରନରେ ରୁଦ୍ରାକ୍ଷ ଦଳକୁ ଓ ୪ର୍ଥ ମ୍ୟାଚରେ ବଜରଙ୍ଗୀ ଦି ସଭିଆର୍ସ ୪ ଉଇକେଟରେ ଏଞ୍ଜେଲ ରଣା କୁ ପରାସ୍ତ କରିଥିଲା। ଅତିଥି ଭାବେ ଯୋଗଦେଇ ୨୩ନଂ ୱାର୍ଡ କାଉନସିଲର ଅନନ୍ତ କୁମାର ଦାସ ତଥା ସତ୍ୟ ରଞ୍ଜନ ମହାନ୍ତି ଏବଂ ବରିଷ୍ଠ ସଦସ୍ୟ ବରୁଣ ଘୋଷ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ମୁଖ୍ୟ ସଂଯୋଜକ ସୁଦର୍ଶନ ପାତ୍ର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ ଉପସ୍ଥିତ ଥିଲେ
