ବାରିପଦା,୧୮/୦୨(ପାଇକପୁଅ)ଲାଲବଜାର ସ୍ଥିତ ବ୍ରହ୍ମ ମନ୍ଦିର ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟି ରଞ୍ଜନ ବାନାର୍ଜୀ, ଚନ୍ଦନ ବାନାର୍ଜୀ ଓ ସୁନନ୍ଦନ ଭଞ୍ଜଦେଓ ତଥା ସଦସ୍ୟ ଗଣ ଉପସ୍ଥିତ ରହି ଗତବର୍ଷ ଡିସେମ୍ବର ମାସରେ ସଫଳତାର ସହ ମନ୍ଦିରର ଶତ ବାର୍ଷିକୀ ପାଳନ,ଆୟ ବ୍ୟୟ ଅଟକଳ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ଡଃ ବିଜୟ କୁମାର ଅଗ୍ରୱାଲା ଏକ ଲାଇବ୍ରେରୀର ଉଦଘାଟନ କରିବା ସହ ଶିମିଳିପାଳ ଉପରେ ଏକ ପୁସ୍ତକ ଦାନ କରିଥିଲେ।୨୦୨୮ ମସିହାରେ ବ୍ରହ୍ମ ସମାଜର ୨ ଶହ ବର୍ଷ ପୂର୍ତ୍ତି ପାଳନ ପୂର୍ବରୁ ଏକ ନୂତନ ପରିଚାଳନା କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ ରଞ୍ଜନ ବାନାର୍ଜୀ, କାର୍ଯ୍ୟକାରୀ ସଭାପତି କୃଷ୍ଣାନନ୍ଦ ମହାନ୍ତି, ଉପ ସଭାପତି ପୁର୍ଣ୍ଣେନ୍ଦୁ କୁମାର ଦାସ, ସମ୍ପାଦକ ସୁନନ୍ଦନ ଭଞ୍ଜଦେଓ, ଯୁଗ୍ମ ସମ୍ପାଦକ ବିଭୁଦତ୍ତ ଦାସ, କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବେ ଗଣେଶ ଚନ୍ଦ୍ର ଦାସ, ଆଶିଷ କୁମାର ବସା, ତିମିର କୁମାର ଘୋଷ, ମୌସୁମୀ ବାନାର୍ଜୀ, ଶୁକ୍ଲା ବାନାର୍ଜୀ ରିଙ୍କୁ ବାନାର୍ଜୀ, ସୁଶାନ୍ତ କୁମାର ଦାସ, କୌଶିକ ମୁଖାର୍ଜୀ, ଅମିତାଭ ମିଶ୍ର, ମୁଖ୍ୟ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଆଇନ ପରାମର୍ଶଦାତା ସତ୍ୟବ୍ରତ ମହାନ୍ତି ଓ ଉପଦେଷ୍ଟା ଭାବେ ଡଃ ମୋହିତ କୁମାର ଷଡ଼ଙ୍ଗୀ, ଡଃ ବିଜୟ କୁମାର ଅଗ୍ରୱାଲା, ଡଃ ଅମିତାଭ ନନ୍ଦି, ପ୍ର. କିଶୋର ଚନ୍ଦ୍ର ବସା ଓ ଇ. ମାନସ ରଞ୍ଜନ ଷଡ଼ଙ୍ଗୀ ମନୋନୀତ ହୋଇଛନ୍ତି।
