କୋଣାର୍କ, ୧୮/୦୨(ପାଇକପୁଅ)କୋଣାର୍କ ସ୍ପୋର୍ଟସ ଏକାଡେମୀ ଆନୁକୁଲ୍ୟରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳପଡିଆ ରେ ଚାଲିଥିବା ଦ୍ଵିତୀୟ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବାଲେଶ୍ଵର ଆଦର୍ଶ କ୍ରିକେଟ୍ କ୍ଳବ୍ କୁ ୭ ୱିକେଟ ରେ ହରାଇ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟସ କୋଣାର୍କ କପ୍ ୨୦୨୬ର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟସ୍ ଜିତି ବାଲେଶ୍ଵର ର ଆଦର୍ଶ କ୍ରିକେଟ୍ କ୍ଳବ୍ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ସମସ୍ତ ୱିକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ପ୍ରବୀଣ କୁମାର ସର୍ବାଧିକ ୩୩ ବକରୁ ୫୧ ରନ ଓ ଅବଦୁଲ ଖାନ ୩୨ ରନ ସଂଗ୍ରହ କରିଥିଲେ । ରାଇଜିଙ୍ଗ ଷ୍ଟୁଡେଣ୍ଟସ ଦଳର କୁମାର ଦାନିଶ, ଲକ୍ଷ୍ମଣ କୁମାର ଓ ଡି ବି ସାମଲ ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟସ ୨୨ଓଭର ଖେଳି ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ବିକ୍ରମ ସାମଲ ସର୍ବାଧିକ ୪୬ରନ ସଂଗ୍ରହ କରିଥିବା ବେଳେ ବାଲେଶ୍ବର ଦଳର ଅବଦୁଲ ଖାନ ଓ ରୋହିତ ସାଗର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ବେଷ୍ଟ ବୋଲର ଭାବେ ରାଇଜିଙ୍ଗ ଦଳର ଦେବଦତ୍ତ ସାମଲ ,ବେଷ୍ଟ ବ୍ୟାଟସ ମ୍ୟାନ ଓ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିକ୍ରମ ସାମଲ ପୁରସ୍କୃତ ହୋଇଥିଲେ । ମ୍ୟାନ ଅଫ ସିରିଜି ଭାବେ ବାଲେଶ୍ଵର ଆଦର୍ଶ କ୍ରିକେଟ୍ କ୍ଲବର ପ୍ରବୀଣ କୁମାର ପୁରସ୍କୃତ ହୋଇଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହ ୪୦ ହଜାର ନଗଦ ଟଙ୍କା ଓ ରନର୍ଷ ଅପ ଦକକୁ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳ ପରିଚାଳନା କରିଥିବା ଆମ୍ପେୟାର୍ ନିର୍ମଳ ମିଶ୍ର , ଆୟସକାନ୍ତ ମିଶ୍ର ଓ ଭାଷ୍ୟକାର ରସିଦ ଖାନ ଓ ମହିଳା ଭାଷ୍ୟକାର ସିମରନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ଦଯାପନି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ , ସମ୍ମାନିତ ଅତିଥି ଭାବେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ , ନିମାପଡ଼ା ପ୍ରେସ କ୍ଳବ୍ ସଭାପତି ଅକ୍ଷୟ ବେହେରା ,ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଏମ ପି ପ୍ରତିନିଧି ସୁଦର୍ଶନ ସ୍ୱାଇଁ , ଫୋକସ ପ୍ଲସ ସମ୍ପାଦକ ସୁଧାଂଶୁ ଶେଖର ରାଉତ , ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଂପାଦକ ଆଦିତ୍ୟ ରାଉତ ,ଅଧ୍ୟାପିକା ସୁଚିସ୍ମିତା ସରକାର ,ବିଜେପି କୋଣାର୍କ ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁ , ସୁକାନ୍ତ ନାୟକ, ମଙ୍ଗରାଜ ମୁଦୁଲି କୋଣାର୍କ ଭଗବତୀ ମହାବିଦ୍ୟାଳୟ ଅଧକ୍ଷ ଅବତାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
