ବାରିପଦା, ୧୧/୦୨(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ସରକାରୀ ଗୁରୁ ଛାତ୍ର ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ୧୯୭୬ ରୁ ୭୮ ବ୍ୟାଚର ଗୁରୁ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ତକତପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଶଶିଧର ଓତା ଅଧ୍ୟକ୍ଷତା କରିଥିବା ବେଳେ ଯୋଗ ଦେଇଥିବା ଅବସର ପ୍ରାପ୍ତ ବର୍ଷିୟାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହିତ ବର୍ତ୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥାକୁ ସରଳୀକରଣ କରାଯିବା ବଦଳରେ କିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରା ଯାଉଥିବା ନୂତନ ପ୍ରକଳ୍ପ ଯୋଗୁଁ ଶିକ୍ଷାଦାନର ସମୟ ସାରଣୀ ସଂକୁଚିତ କରାଯାଉଛି ଓ ବିଭିନ୍ନ ଶିକ୍ଷା ବହିର୍ଭୁତ କାର୍ଯ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପରେ ଲଦି ଦିଆଯାଉ ଥିବା ହେତୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରା ଯାଇଥିଲା।ଏହି କମିଟିରେ ଶଶିଧର ଓତା ସଭାପତି ହରିବନ୍ଧୁ ମନ୍ତ୍ରୀ ସଂପାଦକ ସୁକେଶ ଚନ୍ଦ୍ର ମିଶ୍ର ଭଗବାନ ଷଡଙ୍ଗୀ ସହ ସଂପାଦକ ଶୋଭାନ ଆଚାର୍ଯ୍ୟ ଓ ରାଧା ମୋହନ ବେହେରା ପରାମର୍ଶ ଦାତା ଏବଂ ଅନ୍ୟ ସମସ୍ତଙ୍କୁ ସାଧାରଣ ସଦସ୍ୟ ଭାବେ କମିଟିରେ ଗ୍ରହଣ କରାଯାଇଥିଲା।ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ କଳ୍ପନା ଉପାଧ୍ୟାୟ ଭାସ୍କର ମହାନ୍ତି ଲମ୍ବୋଦର ମହାନ୍ତ ରମାକାନ୍ତ ପରିଡା ଗୋଲକ ମହାନ୍ତି ଅନଙ୍ଗ ସେନାପତି କାର୍ତ୍ତିକ ଚନ୍ଦ୍ର ସିଂ ଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ସହଯୋଗ କରିଥିବା ବେଳେ ସୁକେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
