କୋଣାର୍କ, ୧୧/୦୨(ପାଇକପୁଅ) ରବିବାର ପୂର୍ବାହ୍ନରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସସ୍ମିତା ସାହୁଙ୍କୁ ପୁରୀ ଏସପି ପ୍ରତୀକ ସିଂ ନିଯୁକ୍ତ କରିଅଛନ୍ତି। ଚନ୍ଦ୍ରଭାଗା ମେରାଇନି ଥାନାରେ ଯୋଗଦାନ କରିବା ପରେ ନୂତନ ଥାନା ଅଧିକାରୀ ସସ୍ମିତା ସାହୁଙ୍କୁ ଥାନା ତରଫରୁ ସ୍ଵାଗତ କାରାଯାଇଥିଲା।ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ, ପୋଲିସ ପ୍ରେଟୋଲିଂକୁ କଡାକଡି କରିବା, ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ସହିତ ପର୍ଯ୍ୟଟକ ଓ ଜନସାଧାରଣ ମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବେ ବୋଲି ଦାୟିତ୍ବ ଗ୍ରହଣ କରିଥିବା ନୂତନ ଥାନା ଅଧିକାରୀ ଶ୍ରୀମତୀ ସାହୁ ମତବ୍ୟକ୍ତ କରିଅଛନ୍ତି।
