ଯୋଡା, ୩୧/୦୧(ପାଇକପୁଅ)ଯୋଡା ମହିଳା ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୯ ତାରିଖରେ ଆରମ୍ଭ ହେଇ ୩୧ ତାରିଖରେ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୧୩୯ ଜଣ ଛାତ୍ରୀ ୩ଟି ଗ୍ରୁପରେ ବିଭକ୍ତ ହୋଇ ଅଂଶଗ୍ରହଣ କରିଥିବା ବେଳେ ଏହି ଉଦଯାପନ କାର୍ଯକ୍ରମରେ ଛାତ୍ରୀମାନେ ଶିକ୍ଷା ଲାଭ କରିଥିବା କଳା କୌଶଳ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ କଲେଜର ଅଧ୍ୟକ୍ଷ, ପ୍ରାଧ୍ୟାପକ ବିଜୟ କୁମାର ନାୟକ। ଏହି ଆତ୍ମ ରକ୍ଷା କୌଶଳ ଭୟକୁ ଶକ୍ତିରେ ଏବଂ ଦୁର୍ବଳତାକୁ ଆତ୍ମବିଶ୍ୱାସରେ ପରିଣତ କରିଥାଏ, ଯାହା ସୁରକ୍ଷିତ ଶିକ୍ଷାଗତ ସ୍ଥାନ ଏବଂ ଏକ ଅଧିକ ସଶକ୍ତ ସମାଜ ଗଠନରେ ଯୋଗଦାନ କରିଥାଏ ବୋଲି କଲେଜର ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ମାଷ୍ଟର ଟ୍ରେନର ଭାରତୀ ଭଗବତୀ ଓ ସାଇପ୍ରିୟା ରାଉତ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅଧ୍ୟାପିକା ସୁମନପ୍ରଭା ତିର୍କୀ ।

