ମୁନିଗୁଡା,୩୧/୦୧(ପାଇକପୁଅ) ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବାଲିଗୁଡା ସ୍ଥିତ ନଳନୀ ବିଦ୍ୟାମନ୍ଦିରର ୩୦ରୁ ଉର୍ଦ୍ଧ ଛାତ୍ରୀ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ମୃତ ଛାତ୍ରୀ ଜଣକ ହେଲେ ଲଗ୍ନା ଉର୍ଲ୍ଲାକା ।ଗତକାଲି ରାତିରେ ଛାତ୍ରିମାନେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଛନ୍ତି, ବିଦ୍ୟାଳୟ ପକ୍ଷରୁ ଆକ୍ରାନ୍ତ ଛାତ୍ରୀଙ୍କୁ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଝାଡ଼ାବାନ୍ତି ର କାରଣ ଅଷ୍ପଷ୍ଠ ଥିବାବେଳେ ବର୍ତ୍ତମାନ ମଧ୍ୟ ୨୪ଜଣ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ଅନ୍ୟପଟେ ବିଦ୍ୟାଳୟରେ ମେଡିକାଲ ଟିମ ପହଂଚି ସ୍ବାସ୍ଥ୍ୟ ପରିକ୍ଷା କରିବା ସହ ଚିକିତ୍ସା ଜାରି ରଖିଛନ୍ତି।

