କୋଣାର୍କ, ୩୧/୦୧(ପାଇକପୁଅ)କୋଣାର୍କ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ବର୍ଣ୍ଣ ଲତା ନର୍ସିଂ କଲେଜ ପକ୍ଷରୁ ନବାଗତ ଛାତ୍ରୀ ମାନଙ୍କୁ ସ୍ବାଗତ ଓ ଶେଷ ବର୍ଷର ଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଅଚ୍ୟୁତ ରାଧାକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ବରିଷ୍ଠ ଶିକ୍ଷାବିତ ଶରତଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ନିରଞ୍ଜନ ସାହୁ, ଚମ୍ପାହର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ବିଚିତ୍ର ଚୌଧୁରୀ, ଆର୍ତ୍ତତ୍ରାଣ କାର୍ତିକେଶ୍ବର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି, ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ଯୁବ ସମାଜସେବୀ ଅଶୋକ ବରାଳ ଓ ଅଧ୍ୟାପିକା ଶରତ ବାଳା ଖଟୋଇ ପ୍ରମୁଖ ଯୋଗ ଦେଇ କହିଥିଲେ ନର୍ସିଂ ଛାତ୍ରୀ ମାନେ ହେଉଛନ୍ତି ସେବାର ମୂର୍ତ୍ତିମନ୍ତ ପ୍ରତୀକ ।ସେମାନଙ୍କର ନିଷ୍ଠାର ତ୍ଯାଗ ଓ ସ୍ବାସ୍ଥ୍ୟ ସେବା ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ। ସ୍ବର୍ଣ୍ଣ ଲତା ନର୍ସିଂ କଲେଜର ଅଧ୍ୟକ୍ଷା ସସ୍ମିତା ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସ୍ମୃତି ରଞ୍ଜନ, ଆକାଶ ଓ ନର୍ସିଂ କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରାବଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କଲେଜ ପକ୍ଷରୁ ସମ୍ମାନନୀତ କରାଯାଇଥିଲା।

