ବାରିପଦା, ୩୦/୦୧(ପାଇକପୁଅ) ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ସାଧାରଣ ଜନତାଙ୍କ ମଧ୍ୟରେ ଗ୍ରାହକ ଅଧିକାର ଓ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଏକ ଗ୍ରାହକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବଜାରରେ ହେଉଥିବା ଅସାଧୁ ବ୍ୟବସାୟିକ କାର୍ଯ୍ୟକଳାପରୁ ଗ୍ରାହକମାନେ କିଭଳି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ, ସେ ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଧାରଣ ଜନତାଙ୍କୁ ସଚେତନ କରାଇଛନ୍ତି। ବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ରିଲାଏନ୍ସ ମାର୍ଟ, ବାରିପଦା ବଜାର ଓ ଭି-ମାର୍ଟ କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇ ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସାମାଜିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଖାଉଟିମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନୁପ୍ରିୟା ରଣା ପ୍ରକାଶ କରିଛନ୍ତି।

