ବାରିପଦା,୨୮/୦୧(ପାଇକପୁଅ)ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାପାଳ ଏକାଦଶ ଓ ଏସପି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ଜିଲ୍ଲାପାଳ ଏକାଦଶ ୬ ଉଇକେଟରେ ଏସପି ଏକାଦଶକୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଏସପି ଏକାଦଶ ୧୫ ଓଭରରେ ୯ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ସୁଜିତ କୁମାର ବେହେରା ୫୪, ହିତାଂଶୁ ହିଲାଲ ଦାସ ୨୮, ପ୍ରମୋଦ କୁମାର ବେହେରା ୨୬ ଓ ସୁଶୀଲ ମାଝୀ ୨୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ବସା ୪ଟି, ଏଡିଏମ ନେତ୍ରାନନ୍ଦ ମଲ୍ଲିକ ୨ଟି ଓ ସତ୍ୟବ୍ରତ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଉତ୍ତରରେ ଜିଲ୍ଲାପାଳ ଏକାଦଶ ୪ ଉଇକେଟ ହରାଇ ୧୬୧ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ଦଳ ପକ୍ଷରୁ ଆଦିତ୍ୟ ବସା ୬୧, ପ୍ରଭାକର ମହଲା ୩୭ ଓ ଚକ୍ରଧର ସେଠି ୨୪ ରନ ସଂଗ୍ରହ କରିଥିବା ବେଳେ ହିତାଂଶୁ ହିଲାଲ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ସହାୟତା ପ୍ରଦାନ କରିଥିଲେ। ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, କୁମାର ରଞ୍ଜନ ପଣ୍ଡା ଓ ସୋମନାଥ ସିଂହ ବିଭିନ୍ନ ଭାଷାରେ ଧାରବିବାରଣୀ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ତହସିଲଦାର ସପନ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବାରିପଦା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁଣ୍ଡୁୟା,ମୟୁରଭଞ୍ଜ ଆଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠୀ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

