ବାରିପଦା,୨୩/୦୧(ପାଇକପୁଅ) ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ (ଏଆଇଡିଏସଓ) ମୟୁରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବାରିପଦା ସ୍ଥିତ ପୂର୍ଣତ୍ତୟା ମହିଳା ଛାତ୍ରୀ ନିବାସ ଏବଂ ବାରିପଦା ଡିଗ୍ରୀ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂଗଠନର ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ଫୁଲଚାନ୍ଦ ଲୋହାର, ଜିଲ୍ଲା ଅଫିସ ସମ୍ପାଦକ ଯତୀନ ବାନରା, ଜିଲ୍ଲା କମିଟି ସଦସ୍ୟ ମାନସିଂ ହୋ, ବିନୋଦ ନାୟକ, ବାପୁନୁ ବାନରା, ଗୋବିନ୍ଦ ମୁଣ୍ଡାରୀ, ପୂର୍ଣ୍ଣ ଚନ୍ଦ୍ର ବାଙ୍କିରା, ସଦସ୍ୟା ବୁଦୁନି ବାନରା, ଜୟନ୍ତୀ ବଦ୍ରା, ଦ୍ରୌପଦୀ ପିଙ୍ଗୁଆ ଏବଂ ମହିଳା କଲେଜ କମିଟି ସଭାପତି ପାର୍ବତୀ ମୁଣ୍ଡା ଲୋହାର, ସହ ସଂପାଦିକା ବାସନ୍ତୀ ଶୀଙ୍କୁ ପ୍ରମୁଖ ଯୋଗଦେଇ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଆଜି ଅନ୍ଧକାର ମୟ ପରିବେଶରେ ଆମେ ବାସ କରୁଛୁ, ଇଂରେଜ ହଟିଗଲେ କିନ୍ତୁ ଶାସନ ସେହି ପୂର୍ବ ଭଳି ହିଁ ଜାରି ରହିଛି। ନେତାଜୀଙ୍କ ସ୍ବପ୍ନ ଆଜିବି ପୁରା ହୋଇନାହିଁ। ବର୍ତ୍ତମାନ ସମୟରେ ଛାତ୍ର ସମାଜକୁ ନେତାଜୀଙ୍କ ଜୀବନୀରୁ ଶିକ୍ଷା ଲାଭ କରି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ।

