ବାରିପଦା,୧୯/୦୧(ପାଇକପୁଅ) ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ୬ ଦିନିଆ ମକର ମହୋତ୍ସବ – ୨୦୨୬ ର ୧ମ ତିନିଦିନ ଧରି ଦୌଡ଼, ଡିସ୍କସ ଓ ସଟପୁଟ ଥ୍ରୋ, ମା ମାଉସୀଙ୍କ ଶଙ୍ଖ ଫୁଙ୍କା, ମ୍ୟୁଜିକ ଚେୟାର ସମେତ କୁନିକୁନି ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।୪ର୍ଥ ଦିନ ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟଗୀତ କାର୍ଯ୍ୟକ୍ରମ ସହିତ ପ୍ରାୟ ୭୦ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ତତସହିତ ଜୁନିୟର ଗ୍ରୁପର ବାଳିକ ବିଭାଗରେ ଚମ୍ପିୟାନ ହୋଇଥିବା ସୋନୁ ଗୋଛାୟତ ତଥା ଭଲିବଲ ପ୍ରତିଯୋଗିତାର ଚମ୍ପିୟାନ ଜଗନ୍ନାଥ ୱରିୟାର୍ସ ଏବଂ ରନର୍ସ ଅପ ଶକ୍ତିମାନ ସିକ୍ସ ଷ୍ଟାର୍ସ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କ୍ଲବର ସଭାପତି ଆଲୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ପୁରସ୍କାର ବିତରଣ କରିବା ସହ ମକର ଉତ୍ସବ ପାଳନ ଅବସରରେ ବିଭିନ୍ନ ଖେଳାକୁଦ କରି ପ୍ରତିଭା ମାନଙ୍କୁ ଉତ୍ସାହିତ କରୁଥିବାରୁ କ୍ଲବର ଉଦ୍ୟମର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ୧୫ ନଂ ୱାର୍ଡ କାଉନସିଲର ନିରୁପମା ମହାନ୍ତି, ଶିକ୍ଷାବିତ ନବ କିଶୋର ପାଲବାବୁ ଓ ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ଉପସ୍ଥିତ ରହି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ ବରିଷ୍ଠ ସଦସ୍ୟ ଲିଟନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମଳୟ ଦତ୍ତ ଓ ଉମେଶ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

