ବାରିପଦା, ୧୩/୦୧(ପାଇକପୁଅ)ସ୍ଥାନୀୟ ବଘଡାରୋଡ଼ ସ୍ଥିତ ମହର୍ଷି ପବ୍ଲିକ ସ୍କୁଲରେ ପୂଜ୍ୟ ମହର୍ଷି ମହେଶ ଯୋଗୀଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ଗୁରୁପୂଜନ କରିବା ପରେ ପାରମ୍ପାରିକ ଚିତ୍ତାକର୍ଷକ ନୃତ୍ୟ, ଭାଷଣ ଆଦି ମାଧ୍ୟମରେ ମହର୍ଷି ମହେଶ ଯୋଗୀଙ୍କ ଜୀବନ ଦର୍ଶନ ଉପରେ ଶିକ୍ଷକ, ଛାତ୍ର ଏବଂ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଛାତ୍ରୀ ତନଭି, ଅଭିଲିପ୍ସା, ନିହାରିକା, ତପସ୍ବିନୀ, ଲିଜା ଓ ଛାତ୍ର ଆରବ ନୃତ୍ୟ ପରିବେଷଣ କରିଥିବା ବେଳେ, ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଉପସ୍ଥିତ ଅଭିଭାବକ ସମବେତ ବନ୍ଦେ ମାତରମ ଗାନ କରିଥିଲେ। ଏହି ଅବସରରେ ଛାତ୍ର ଛତ୍ରୀ ମାନଙ୍କ ଦ୍ବାରା ଏକ ବିଜ୍ଞାନ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରଦର୍ଶନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ୨୫ଟି ପ୍ରକଳ୍ପ ସହ ୧୦୦ ରୁ ଅଧିକ ଆର୍ଟ ଓ କ୍ରାଫ୍ଟ ସ୍ଥାନ ପାଇଥିଲା। ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ ପାଇଁ ବରିଷ୍ଠ ଶିକ୍ଷାବିତ ତଥା ଅବସରପ୍ରାପ୍ତ ବ୍ଲକ ଏଜୁକେଶନ ଅଫିସର ସୁଦର୍ଶନ ପଣ୍ଡା ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥାଓଷ୍ଟା ଶିକ୍ଷକ ସଂଘର ସଭାପତି ଚିତ୍ତରଞ୍ଜନ ପାଳତା ବିଚାରକ ଭାବରେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷକ କାଜଲକାନ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
