ଯୋଡ଼ା, ୧୩/୦୧(ପାଇକପୁଅ)ଯୋଡ଼ା ମ୍ୟୁନିସିପାଲିଟି ଅନ୍ତର୍ଗତ କୁନ୍ଦୁରୁନାଲା ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ଯୋଡାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବହୁ ଆଡମ୍ବରରେ ବିଦ୍ୟାଳୟରେ ପାଳିତ ହୋଇଛି।ଏହି ସଭାରେ ମୁଖ୍ୟଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ପ୍ରିନସ୍ ଆପଟ୍ଟଙ୍କୁ ଆମନ୍ତ୍ରିତ କରାଯାଇଥିଲା।ସେ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ସ୍ୱାମୀ ବିବେକାନନ୍ଦଙ୍କର ସମସ୍ତ ଶିକ୍ଷଣୀୟ ଗୁଣ ଗାରିମା ଓ ବିଭିନ୍ନ ସମୟର ଘଟଣାବଳୀ ବିଷୟରେ ଉଦବୋଧନ ଦେଇଥିଲେ।ତାଙ୍କର ଏହି ଉଦବୋଧନ ଶିଶୁମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ଆମ ବିଦ୍ୟାଳୟର ସଂପାଦକ ମାନନୀୟ ଶ୍ରୀଯୁକ୍ତ ଅଭିଜିତ୍ ମୁଖାର୍ଜୀ ଉପସ୍ଥିତ ଥିଲେ । ଯାହାଙ୍କର ମାର୍ଗଦର୍ଶନରେ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥାଏ।ଆମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀମାନ ଭଗବାନ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ଯାହାଙ୍କର ପରିଚାଳନା ଭଙ୍ଗି ଏତେ ସୁନ୍ଦର ଯେ, ସେ କଥା କହି କହି ହସେଇ ମଜେଇ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଯଥା ଗୁରୁଜୀ ଗୁରୁମା, ପରିଚାଳନା ସମିତି,ସେବକ ସେବିକା, ଅଭିଭାବକ ଅଭିଭାବିକା ଓ ଶିଶୁ ଭାଇ ଭଉଣୀ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ବିଦ୍ୟାଳୟକୁ ଆଗକୁ ବଢାଇ ନେବାରେ ନିପୁଣ ଅଟନ୍ତି। ଆମ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ସୁଶାନ୍ତ ମହାନ୍ତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ବିବେକାନନ୍ଦଙ୍କ ବିଷୟରେ ଓଜସ୍ଵିନୀ ଭାଷଣ ଦେଇ ଶିଶୁମାନଙ୍କୁ ମୁଗ୍ଧକରି ଥିଲେ।
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟରେ ୧ମ ଶ୍ରେଣୀ ଓ ୨ୟ ଶ୍ରେଣୀର ଭାଷଣ ପ୍ରତିଯୋଗିତା ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ଶ୍ରୀମାନ ଓମ ପ୍ରକାଶ ଜେନା ( ୨ୟ), ଦ୍ୱିତୀୟ ସ୍ଥାନ ସୁଶ୍ରୀ ଆଇଶା ରାଣୀ ସାହୁ (୧ମ), ତୃତୀୟ ସ୍ଥାନ ସୁଶ୍ରୀ ପ୍ରତିଜ୍ଞା ରାଉତ (୧ମ)ଙ୍କୁ ଅତୀଥି ପୁରସ୍କୃତ କରିଥିଲେ। ସେହିପରି ୩ୟ ଶ୍ରେଣୀ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ସୁଶ୍ରୀ ଶୈଳେନ୍ଦ୍ରୀ ମହାନ୍ତ(୪ର୍ଥ), ଦ୍ୱିତୀୟ ସ୍ଥାନ ଶ୍ରୀମାନ ସୁମିତି ବାଲ ମୁଚୁ(୪ର୍ଥ) ଓ ତୃତୀୟ ସ୍ଥାନ ସୁଶ୍ରୀ ଯୋଗେଶ୍ଵରୀ ପାତ୍ର(୫ମ)ଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ୬ଷ୍ଠ ଶ୍ରେଣୀ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ମାନଙ୍କର ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା । ଏଥିରେ ପ୍ରଥମ ସ୍ଥାନ ସୁଶ୍ରୀ ପଦ୍ମାବତୀ ସାହୁ(୬ଷ୍ଠ), ଦ୍ୱିତୀୟ ସ୍ଥାନ ଶ୍ରୀମାନ ମେଘନାଦ ପଣ୍ଡା(୭ମ) ଓ ତୃତୀୟ ସ୍ଥାନ ସୁଶ୍ରୀ ମିନ୍ମୟୀ ମନସ୍ଵିନୀ ବେହେରା(୮ମ)ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ସଭାକୁ ଆମବିଦ୍ୟାଳୟର ଆଚାର୍ଯ୍ୟା ଶ୍ରୀମତୀ ଲିଲିବାଳା ମହାନ୍ତ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ବରିଷ୍ଠ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟା ଶ୍ରୀମତୀ ମମତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।ପରେ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ପରେ ନୂତନ ଶିଶୁନାମାଙ୍କନ ପ୍ରକୋଷ୍ଠ ଅତିଥି ମାନଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା।ଏଠାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ,ଆଚାର୍ଯ୍ୟ ପ୍ରତିନିଧି ମାନନୀୟ ଶ୍ରୀଯୁକ୍ତ ପାରେଶ୍ଵର ପ୍ରଧାନ,ନୂତନ ନାମାଙ୍କନ ଦାୟିତ୍ବରେ ଥିବା ଆଚାର୍ଯ୍ୟା ଶ୍ରୀମତୀ ରାଜଲକ୍ଷ୍ମୀ ପାଳ ଓ ପ୍ରାତଃ ପର୍ଯ୍ୟାୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତରେ ନାମଲେଖିସାରି ଥିବା ଶିଶୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବ୍ୟବସ୍ଥା ପ୍ରମୁଖ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ମଧୁସୂଦନ ଜେନା ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରି ସଫଳ ମଣ୍ଡିତ କରାଇଥିଲେ ।
