ବାରିପଦା,୦୮/୦୧(ପାଇକପୁଅ)ବାରିପଦା ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନୀୟା ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ରଞ୍ଜନ ବାନାର୍ଜୀ, ୧୩୩ ଥର ରକ୍ତଦାନ କରିଥିବା ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷକଙ୍କ ସମେତ ପିତାମାତା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ତପସ୍ୱିନୀ ଦାଶ, ସେକ୍ସନ ଅଫିସର ସତ୍ୟନାରାୟଣ ଦାସ, ସିଆରସିସି ଧନଞ୍ଜୟ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୁମକି ବେହେରା, ବରିଷ୍ଠ ଶିକ୍ଷାବିତ ନବ କିଶୋର ପାଲବାବୁ ପ୍ରମୁଖ ଉପସ୍ଥିତ ଥିଲେ. ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଗଣେଶ ବେହେରା ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପାଇଁ ଦୀପକ କୁଁଅର, ମହାବୀର ପାତ୍ର, ବିଷ୍ନୁପଦ ମହାନ୍ତ, ସାଇ ସମ୍ଭବ ରାଉତ, ଦେବାଶିଷ ଗିରି, ପ୍ରିୟରାଣୀ ବେହେରା, ଦେବସ୍ମିତା ସାବତ, ଚରଣ ବେଶ୍ରା, ଈଶ୍ବର ବିନ୍ଧାଣି, ଗାଜ ଟୁଡୁ, ନିମାଇଁ ମୁର୍ମୁ ଙ୍କ ସମେତ ୧୦୦ ରୁ ଅଧିକ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ସୁମିତ୍ରା ରାଉତ, ସରୋଜ କୁମାର ସାବତ, ଗୌତମ ପଣ୍ଡା, ହରପ୍ରିୟା ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
