ବାରିପଦା,୦୨/୦୧(ପାଇକପୁଅ)ସୋସିଆଲ ରେଫର୍ମ ଗ୍ରୁପ ପକ୍ଷରୁ ସଂଘର ସଦସ୍ୟ ତଥା ଗେଟ ଟୁ ନେଟ ଏକାଡେମୀ ଷ୍ଟଡି ସେଣ୍ଟରର ଛାତ୍ର ଛାତ୍ରୀଙ୍କ ସହଯୋଗରେ ବାରିପଦା ସହରର ରାସ୍ତା କଡରେ ଶୋଉଥିବା ଅସହାୟ ଗରିବ ଲୋକ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗଗ୍ରସ୍ତ ଗରିବ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି।ଅତ୍ୟଧିକ ଥଣ୍ଡାରେ ଏହି ଲୋକ ମାନେ ରାସ୍ତାକଡ଼ ଫୁଟପାଥରେ ରାତିରେ ଶୋଇଥିବା ବେଳେ, ରାତିରେ କିଛି କମ୍ବଳ ଓ ଖାଦ୍ୟ ବଣ୍ଟନ କରାଯଇଥିଲା।ସଙ୍ଘର ସଭାପତି ସୌରଭ ମିଶ୍ରଙ୍କ ତତ୍ତ୍ଵାବଧାନରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ସଦସ୍ୟ ମାନେ ଆଗେଇ ଆସିଥିବା ବେଳେ ଆଗାମୀ ଦିନରେ ସଙ୍ଘ ତରଫରୁ ଆଶ୍ରମ ଓ ଅନ୍ୟାନ ସ୍ଥାନରେ କମ୍ବଳ ବାଣ୍ଟିବା ପାଇଁ ଯୋଜନା କରିଥିବା ସୂଚନା ଦେଇଛନ୍ତି।
