ମାଲକାନଗିରି,୦୨/୦୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ଠାରେ ବ୍ଲକ ସାମ୍ବାଦିକ ମାନଙ୍କ ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ଅତିଥି ରୂପେ ମାଲକାନଗିରି ର ବରିଷ୍ଠ ସାମ୍ବାଦିକ ବି ଶ୍ରୀନିବାସ ପାତ୍ର, ଅଶୋକ ମିଶ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକତା ପେଶା ଓ ନିଶା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ବିଶେଷ କରି ଆଜିର ସମୟରେ ଯୁବ ସାମ୍ବାଦିକ ମାନଙ୍କ ନିଜର ସାମ୍ବାଦିକତା ସମୟରେ ସମାଜ ପାଇଁ ସେମାନଙ୍କ ର ଅବଦାନ କଣ ରହିବା ଉଚିତ ସେନେଇ ଆଲୋଚନା ହୋଇଥିବା ବେଳେ ସତ୍ୟ ଓ ନିରପେକ୍ଷ ଭାବେ ସେମାନେ କିପରି ଖବର ପ୍ରସାରଣ କରିବେ ସେନେଇ ବରିଷ୍ଠ ସାମ୍ବାଦିକ ମାନେ ବିଭିନ୍ନ ଗୁରୁମନ୍ତ୍ର ଦେଇଥିଲେ। ଏହି ଅବସରରେ ସାମ୍ବାଦିକ ମାନେ ପରସ୍ପର କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ପ୍ରୀତି ଭୋଜନ ର ଆୟୋଜନ କରାଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସାମ୍ବାଦିକ ପ୍ରଦୀପ କୁମାର ମହାରଣା, ବିକ୍ରମ କେଶରୀ ସ୍ୱାଇଁ, ସୁଧାଂଶୁ ଶେଖର ମହାନ୍ତି, ଅବିନାଶ ବେହେରା, ଇସାକ୍ ଖୋସଲା, ନିରଞ୍ଜନ ମଲ୍ଲ, ସୀମାଞ୍ଚଳ ବିଶ୍ୱାଳ, ରାଜେଶ ବେପାରୀ, ରାହୁଲ ଗଲୋରୀ, ସୁରେନ୍ଦ୍ର ହାଲବା, ଏ ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

