ଯୋଡ଼ା, ୨୫/୧୨(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଂଲାଦେଶ ରେ ହିନ୍ଦୁ ଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରତିବାଦରେ ଭି ଏଚ ପି ନେତୃତ୍ବରେ ଯୋଡ଼ା ବଜରଙ୍ଗ ଦଳ, ଦୂର୍ଗା ବାହୀନି ଅନ୍ୟ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଭାରତରୁ ବାଂଲାଦେଶ ଅନୁପ୍ରବେଶ କାରି ଙ୍କୁ ହଟାଇବା ସହିତ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ୍ କରିବାକୁ ସ୍ଲୋଗାନ ଦେଇଥିଲେ। ସଦ୍ୟ ଘଟଣା ବାଂଲାଦେଶ ରେ ହିନ୍ଦୁ ଯୁବକ ଦିପୁ ଦାସ ଙ୍କୁ ଯେଉଁଭଳି ଅମାନସିକ ହତ୍ୟା କରାଗଲା ତାହାରି ପ୍ରତିବାଦରେ ଯୋଡ଼ା ର ହିନ୍ଦୁ ସଙ୍ଗଠନ ପକ୍ଷରୁ ଲକ୍ଷ୍ମୀ ପଡ଼ିଆ ରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଶହଶହ ସଂଖ୍ୟାରେ ହିନ୍ଦୁ ମାନେ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା।

