ମାଲକାନଗିରି,୧୯/୧୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସରକାରଙ୍କ ସୁଶାସନ ସପ୍ତାହ / ପ୍ରଶାସନ ଗାଁଓ କେ ଅର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ତେବେ ପ୍ରଥମ କରି ଆଜି ବ୍ଲକ ଅଧିନସ୍ଥ ସୋମନାଥପୁର ପଂଚାୟତରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପଂଚାୟତବାସୀ ଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି କି ପଂଚାୟତବାସୀ ଙ୍କ ଯାହା କିଛି ସମସ୍ୟା ରହିଛି ସେମାନେ ଆଉ ବ୍ଲକ କାର୍ଯ୍ୟାଳୟ କୁ ନ ଯାଇ ସିଧାସଳଖ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅଭିଯୋଗ କରିପାରିବେ। ତେବେ ଆଜି ବିଭିନ୍ନ ବିଭାଗର ସମୁଦାୟ ୫୮ଟି ଅଭିଯୋଗ ହୋଇଥିବା ଜଣାପଡିଛି। ତନ୍ମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ୪ ହିତାଧିକାରୀଙ୍କ ଆବେଦନ, ରାସନ କାର୍ଡ ନିମନ୍ତେ ୪ ହିତାଧିକାରୀ, ଆରଡବ୍ଲୁଏସଏସ ବିଭାଗର ଗୋଟିଏ କାର୍ଯ୍ୟ ପାଇଁ ନିବେଦନ, ଓଏଲଏମ ବିଭାଗରେ ମହିଳା ମାନଙ୍କ ନିମନ୍ତେ ବିଭିନ୍ନ ଗ୍ରାମରେ ୯ ଟି ଗୃହ ନିର୍ମାଣ, ଶିକ୍ଷା ବିଭାଗ ନିମନ୍ତେ ଗୋଟିଏ ବିଦ୍ୟାଳୟର ପାଚେରୀ ନିର୍ମାଣ, ଆବାସ ଘର ନିମନ୍ତେ ୨୮ ହିତାଧିକାରୀଙ୍କ ଆବେଦନ, ମନରେଗା ଯୋଜନାରେ ୨ଟି କାର୍ଯ୍ୟ ପାଇଁ ନିବେଦନ, ପଂଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରେ ୯ଟି ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ନିବେଦନ ଏବଂ ଆଧାର କାର୍ଡ ୧୦ ବ୍ୟକ୍ତି ଅପଡେଟ କରିଥିଲେ। ନୋଡାଲ ଅଫିସର ଭାବେ ସମୀକ୍ଷା କରିଥିଲେ ଯନ୍ତ୍ରୀ କୃତିବାସ ନାୟକ। ସରକାରଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନ ଗାଁ ନିକଟରେ ଯାଇ ପହଁଚିପାରୁଥିବା ହେତୁ ଲୋକମାନେ ବହୁ ସରକାରୀ ଯୋଜନାର ଲାଭ ନିଜ ହାତ ପାହାନ୍ତା ରେ ପାଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମଞ୍ଜୁଳା ସୀସା, ପଂଚାୟତ ଅଧିକାରୀ ଜୟଶ୍ରୀ ଜେନା, ସିଡ଼ିପିଓ ରେଖାରାଣୀ ବାରିକ, ଜିଆରଏସ ଶୁଭଙ୍କର ମଣ୍ଡଳ, ବିଏସଏସଓ ରାଜେଶ ଗୌଡ଼, ଏମଆଇ ସେକ୍ସନ ଡିଇଓ ଉତ୍ତମ ସର୍ଦାର, ଆରଏଚ ସେକ୍ସନ ବିପିସି ସୁବ୍ରତ ବିଶ୍ୱାସ, ବିପିଏମ ପର୍ଶୁରାମ ବେହେରା, ସମସ୍ତ ସିଆରପି ସଦସ୍ୟା ଙ୍କ ସମେତ ପଞ୍ଚାୟତ ଅଧିନସ୍ଥ ସମସ୍ତ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଥିଲେ।

