ରାୟଗଡ଼, ୧୯/୧୨(ପାଇକପୁଅ)ସାମ୍ୱାଦିକ ମାନଙ୍କ ଏକତା ରହିଲେ ସେମାନଙ୍କ ଅଧିକାର ହାସଲ ସମ୍ଭବ ହେବ। ଖାଲି ସେତିକି ନୁହେଁ, ସମାଜ ଗଠନ ଓ ଦୁର୍ନୀତି କ୍ଷେତ୍ରରେ ସୁଧାର ଆସି ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।
ସ୍ଥାନୀୟ ଲାୟନ୍ସ କ୍ଳବ ପରିସରରେ ଓଡ଼ିଶା ପତ୍ରକାର ସଂଘର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଦୈନିକ ଖବର କାଗଜ “ପ୍ରିୟ ଖବର” ସମ୍ପାଦକ ରାଜ କିଶୋର ଦାସ ଯୋଗ ଦେଇ ସାମ୍ୱାଦିକଙ୍କ ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି। ସାମ୍ୱାଦିକ ମାନେ ଏକ ହେଲେ ତାଙ୍କର ଅଧିକାର ଓ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ସମାଜର ମଙ୍ଗଳ ପାଇଁ ସାମ୍ବାଦିକ ମାନେ ଦେବଦୂତ ସାଜି ଥାଆନ୍ତି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବି ପ୍ରଦୀପ କୁମାର ଦାସ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି ସାମ୍ୱାଦିକଙ୍କୁ ସେମାନଙ୍କର ଅଧିକାର ଯୋଗାଇବା ଓ ସୁରକ୍ଷା ଦେବା ସରକାରଙ୍କ ମୁଖ୍ୟ ଦାୟିତ୍ଵ ଅଟେ ବୋଲି ମତ ଦେଇଛନ୍ତି। ସମ୍ମାନୀତ ଅତିଥି ଭାବେ ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ଉପ ସଭାପତି ହର ପ୍ରସାଦ ଦାସ ଯୋଗ ଦେଇ ଗ୍ରାମାଞ୍ଚଳରେ ସାମ୍ୱାଦିକଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସଂଘର ବରିଷ୍ଠ ସଭାପତି ସୁରେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାକୁ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ରାମ ଦାସ ଲିମା ପରିଚାଳନା ଓ ସଂଯୋଜନା କରିଥିବାବେଳେ, ଜିଲ୍ଲା ସଭାପତି ରଘୁନାଥ ଲାମ୍ବା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

