କାଲିମେଳା,୧୬/୧୨:(ସନ୍ତୋଷ କୁମାର ପଣ୍ଡା):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଉରୁବାଲି ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାଠ ସହ ପ୍ର୍ୟତେକ ଦିନ ଖେଳର ମଧ୍ୟ ଆବଶ୍ୟକତା ରହିଛି। ଯାହା ଖୁସି ପ୍ରଦାନ କରିବା ସହ ଆମ ଶରୀର ସୁସ୍ଥ ରଖିବାରେ ସହାୟକ ହେବ।ପ୍ର୍ୟତେକ ଦିନ ବ୍ୟସ୍ତ ବହୁଳ ସମୟରୁ ଟିକେ ସମୟ ଯୋଗ ଅଭ୍ୟାସ ଆମକୁ ରୋଗ ଠାରୁ ବହୁ ଦୁରରେ ରଖିବ। ଏଭଲି ମତ ଦେଇଛନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ପୂର୍ବତନ ସରପଞ୍ଚ ରାବା ରାମା। ପ୍ରଥମେ ଏହି ଉତ୍ସବର ଆରମ୍ଭରେ ଜଗନ୍ନାଥଙ୍କ ଠାରେ ପୂଜା ଅର୍ଚନା କରି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ରୂପେ ଯୋଗଦେଇ ଥିଲେ ଅଦକ୍ଷ ଜି କେ ବେହେରା, ଆଶିଷ ରଞ୍ଜନ ଦାସ, ମୋନାଲିଶା ମଣ୍ଡକ, ଏ କେ ଗମାଙ୍ଗ, ମୁକେଶ ପାତ୍ର, ଲିପିକା ବୁଶ୍ୱାସ, ଭିଜି ବାରିକ, ଅନୁରାଧା ବେହେରା, ରମେଶ ମାଡକାମୀ, ଭେଙ୍କଟ ରାବଣୟା, ବିନଦ ମଜୁମଦାର, ମିନତୀ ନାୟକ, ଲିନା ସୁନାମ,ଭାରତୀ ମହାରଣା ଏହି କ୍ରୀଡା ପ୍ରତିଯୋଗିତା ରେ ଛାତ୍ରଛାତ୍ରୀମାନଙ୍କ ଏକ ଛୋଟ ସ୍ଵାଗତ ସଙ୍ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା।

