ଜୋଣାର୍କ, ୧୪/୧୨(ପାଇକପୁଅ)ଡିସେମ୍ବର ଦ୍ବିତୀୟ ସପ୍ତାହରୁ ପୁରୀ-କୋଣାର୍କ ବେଳାମାର୍ଗ ମୁଖ୍ୟରାସ୍ତା ନିକଟରାମଚଣ୍ଡୀ ମୁହାଣ ନିକଟରେ ପ୍ରତି ବର୍ଷ ପରି ଚଳିତବର୍ଷ ୭ମ କୋଣାର୍କ ଇକୋ ରିଟ୍ରିଟ୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ ହୋଇଯାଇଅଛି।ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ୩୦ଟି ଡିଲକ୍ସ କଟେଜ୍, ୨୦ଟି ପ୍ରିମିୟମ୍ କଟେଜ୍, ୮ଟି ପ୍ରେସିଡେଣ୍ଟ ଭିଲ୍ଲା, ୧୨ଟି ରୟାଲ୍ କଟେଜ ସମେତ ୭୦ଟି ତମ୍ବୁଘର ନିର୍ମାଣ କରାଯାଉଛି।ଏହି ଇକୋ ରିଟ୍ରିଟ ରେ ଜଳକ୍ରୀଡ଼ା, ବିସାକ, ପାରାସେଲିଂ, ସାଇକେଲିଂ, ଭଲିବଲ୍ ଖେଳ ପାଇଁ ସୁବିଧା ରହିବ ସେହିପରି ଇକୋ ରିଟ୍ରିଟ୍ରେ କନଫରେନ୍ସ ହଲ୍, ରିସେପ୍ସନ୍ ହଲ୍ର ବ୍ୟବସ୍ଥା ରହିଥିବାବେଳେ ସମୁଦ୍ରକୂଳରେ ଓପନ୍ ବାର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଅନଲାଇନ୍ରେ ପର୍ଯ୍ୟଟନ ବିଭାଗ କରାଯାଇପାରିବ ବୋଲି ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ଠାରୁ ସୂଚନା ମିଳିଛି।ଏନେଇ ଠିକାଦାର ଦ୍ବାରା ୭୦ ଗୋଟି ପଞ୍ଚତାରକା ହୋଟେଲ ବ୍ୟବସ୍ଥା ଥିବା ତମ୍ବଘର ସହିତ ପୁତ୍ପ୍ଲାଜା, ସ୍ପା, ସମ୍ମିଳନୀ କକ୍ଷ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ଚଳିତ ବର୍ଷ ଇକୋ ରିଟ୍ରିଟ୍ ଡିସେମ୍ବର ୧୨ରୁ ଆରମ୍ଭ କରାଯାଇ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୯୦ ଦିନଧରି ଚାଲିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଇକୋ ରିଟ୍ରିଟ୍ର ଆୟୋଜକ, ସ୍ଥାନୀୟ ବିଦ୍ୟୁତ୍ ବିଭାଗ, ୱାକୋ ଅଧିକାରୀଙ୍କ ସମେତ ପୂର୍ତ ବିଭାଗ ଅଧିକାରୀଙ୍କ ଦ୍ବାରା ପ୍ରାଥମିକ ଭାବେ ସମସ୍ତ ଆବଶ୍ୟକ ଜରୁରୀ କାର୍ଯ୍ୟ ଶେଷ ପରିଲକ୍ଷିତ ହୋଇଛି!। ଏହି ତମ୍ବୁ ଘରେ ବେଳାଭୂମିରେ ପଞ୍ଚତାରକା ହୋଟେଲର ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡିଛି। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ପୁରୀ ବିଧାୟକ ସୁନୀଲ ମହାନ୍ତି,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବ ପିପିଲି ବିଧାୟକ ଆଶ୍ରିତ ପଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ସଚିବ, ନିର୍ଦ୍ଦେଶକଙ୍କ ସମେତ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

