କୋଣାର୍କ, ୧୩/୧୨(ପାଇକପୁଅ)ଶୁକ୍ରବାର ଅପରାହ୍ନ ସମୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆର୍ଥିକ ସହାୟତାରେ ନିର୍ମିତ ରାମଚଣ୍ଡୀସ୍ଥିତ ଓଡିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନ ରକ୍ଷୀ ଅନୁଷ୍ଠାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। ସୂଚନାରୁ ପ୍ରକାଶଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନ ରକ୍ଷା ଅନୁଷ୍ଠାନ ଠାରେ ପହଞ୍ଚିବା ପରେ ଓଡିଶା ପୋଲିସ ଓ ଅଗ୍ନିଶମ ସେବା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରିଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାମଚଣ୍ଡୀ ମୁହାଁଣ ନିକଟରେ ବସି ରାଜ୍ୟ ଜଳ ଦକ୍ଷତା ଓ ଜୀବନ ରକ୍ଷା ଅନୁଷ୍ଠାନର ୧୨୦ ଜଣ ସନ୍ତରଣକାରୀ ରାମଚଣ୍ଡୀ ମୁହାଁଣରେ ସନ୍ତରଣ କୌଶଳର ପ୍ରୟୋଗ ବିଧି କୁ ପ୍ରଦର୍ଶିତ କରିଥିଲେ। ଆଗ୍ନିକ ମାନେ ଜଳ କ୍ରୀଡା, ପାଣିରେ ଉଦ୍ଧାର ଶୈଳୀର ପ୍ରଦର୍ଶନ କରିଥିଲେ। ଆଗ୍ନିକ ମାନଙ୍କୁ ଦ୍ବାରା ପ୍ରଦର୍ଶିତ ବୈଷୟିକ ଜ୍ଞାନ କୌଶଳକୁ ମକଡ୍ରିଲ ମାଧ୍ୟମରେ ରାଜ୍ୟ ଜଳ ଦକ୍ଷତା ଓ ଜୀବନ ରକ୍ଷୀ ଅନୁଷ୍ଠାନର ଆଗ୍ନିକ ମାନେ ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଦେଖି ଭୂୟସୀ ପ୍ରଶଂସା କରିଥିଲେ। ପରେ ପରେ ତାଲିମ ଅନୁଷ୍ଠାନ ପରିସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଡିଶା ଅଗ୍ନିଶମ ବିଭାଗ ମଧ୍ୟରେ ଜରୁରୀକାଳୀନ ସେବା ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା। ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଜଗତସିଂହପୁର ସାଂସଦ ଡକ୍ଟର ବିଭୂ ପ୍ରସାଦ ତରାଇ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗରି ବିଧାୟିକା ଉପାସନା ମହାପାତ୍ର, ବରିଷ୍ଠ ପୋଲିସ ଅଧିକାରୀ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ, ଆଇଜି ଉମା ଶଙ୍କର ଦାଶ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

