ବାରିପଦା,୧୧/୧୨(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ସାରା ବିଶ୍ୱରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି।କଳା ଓ ସଂସ୍କୃତିର ବିକାଶ ପାଇଁ ଚଳିତ ବର୍ଷ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା ମୟୁରଭଞ୍ଜ ମହୋତ୍ସବ ବାରିପଦା ଛଉ ପଡିଆ ଠାରେ ବୁଧୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି. ଉଦଯାପନୀ ଉତ୍ସବରେ
ପୂର୍ବତନ ମନ୍ତ୍ରୀ ସ୍ଵରଜିନୀ ହେମ୍ବ୍ରମ ମୁଖ୍ୟ ଅତିଥି, ସରସକଣା ବିଧାୟକ ଭାଦବ ହାଁସଦା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ବହନ କରିଥାଏ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ସଭାପତି ବରିଷ୍ଠ ସିନେତାରକା ଅସିତ ପତି, ମହୋତ୍ସବ ଆୟୋଜନ କମିଟିର ସଭାପତି ନଗରପାଳ କୃଷ୍ଣନନ୍ଦ ମୋହନ୍ତି, ସମ୍ପାଦକ କଳିଙ୍ଗ କେଶରୀ ଜେନା, ବରିଷ୍ଠ କର୍ମକର୍ତ୍ତା ସଂଜୀବ ଦିବେଦୀ, ବିପ୍ଳବ ଭଂଜନ ବୁଗୁଡେଇ, ମାଧ ଦାସ, ପ୍ରସନ ମହାପାତ୍ର, ଲଡ଼ୁକେଶ୍ୱର ରଣା, କାବୁ ତ୍ରିପାଠୀ, ଅଂଶୁମାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ,ମୁଖ୍ୟ ଆକର୍ଷଣ ବଲିଉଡ ନାୟିକା ଭାଗ୍ୟଶ୍ରୀ ଓ କଣ୍ଠଶିଳ୍ପୀ ରୂପକୁମାର ରାଠୋର ଏବଂ ଟିମ ଭରପୂର ମନୋରଞ୍ଜନ କରିଥିଲେ।ଉପସ୍ଥାପକ ଡ. ରଞ୍ଜିତ କୁମାର ସାହୁ ଓ ଉପସ୍ଥାପିକା ସ୍ନେହାଶ୍ରୀ ସୋଲୁନି ମଞ୍ଚ ପରିଚାଳନା କରିଥିବା ବେଳେ, ୧୦ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀରଶିଳ୍ପ, ଖେଳନା, ପୋଷାକ ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପରିକ ଖାଦ୍ୟ ମୁଢ଼ି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇଛନ୍ତି ଦର୍ଶକ।

