ବାରିପଦା,୦୯/୧୨(ପାଇକପୁଅ)ମୟୁରଭଞ୍ଜ ତଥା ବାରିପଦାର ବୁଦ୍ଧିଜୀବୀ ମଣ୍ଡଳୀ ମୟୁରଭଞ୍ଜର ସବୁଅଞ୍ଚଳକୁ ନେଇ ସାମଗ୍ରୀକ ବିକାଶ ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି।ଦାବି ମୁତାବକ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଗୋଟି ବିଶ୍ବସ୍ତରୀୟ ଅନୁଷ୍ଠାନ ରାଇରଙ୍ଗପୁର ଠାରେ ଉଦଘାଟନ କରିବାର ସ୍ଥିର କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରୁ ଜଣାଯାଇଛି।ତେବେ ମୟୁରଭଞ୍ଜ ୪ଟି ସବଡ଼ିଭିଜନ ଥିବା ଓଡ଼ିଶାର ସର୍ବ ବୃହତ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହା ପୂର୍ବରୁ ଏକ ଗଡ଼ଜାତ ରାଜ୍ୟ ଥିବାରୁ ବିଭିନ୍ନ ଉପଖଣ୍ଡର ଅଧିବାସୀଙ୍କ ଭିତରେ ବିଭିନ୍ନତା ପରିଲକ୍ଷିତ ହୋଇଥାଏ।ମୟୁରଭଞ୍ଜର ସବୁ ଅଞ୍ଚଳକୁ ନେଇ ଏହାର ସାମଗ୍ରୀକ ବିକାଶ ପାଇଁ ରାଇରଙ୍ଗପୁର ଠାରେ ଭିତ୍ତିପ୍ରସ୍ତର ସ୍ଥାପିତ ହେବାକୁ ଥିବା ୪ଟି ବୃହତ ପ୍ରକଳ୍ପ ମଧ୍ୟରୁ ୨ଟି ପ୍ରକଳ୍ପ ରାଇରଙ୍ଗପୁର ଠାରେ ସ୍ଥାପନ କରାଯାଇ ଅନୁନ୍ୟ ଗୋଟିଏ କରଞ୍ଜିଆ ଏବଂ ଗୋଟିଏ ଉଦଳା ଠାରେ ସ୍ଥାପନ କରାଯିବା ସହ ବାରିପଦା ଉପଖଣ୍ଡର ବିକାଶ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରକଳ୍ପ ସ୍ଥାପନ କରାଯିବାକୁ ଦାବୀ କରାଯାଇଛି।ଦାବିପତ୍ର ପ୍ରଦାନ ବେଳେ ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସଭାପତି ଶରତ ଚନ୍ଦ୍ର ନାୟକ, ଆଇନଜୀବୀ ଅରବିନ୍ଦ ଦାସ, ମୃତ୍ୟୁଞ୍ଜୟ ଦିୱେଦି, ପୂର୍ଣ୍ଣ ଚନ୍ଦ୍ର ଜେନା, ରାଜେନ୍ଦ୍ର ମହାନ୍ତ, ପିତାମ୍ବର ମଲ୍ଲିକ, ନନ୍ଦଲାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

