କୋଣାର୍କ, ୦୯/୧୨(ପାଇକପୁଅ) କୋଣାର୍କ ଶିଶୁ ମନ୍ଦିର ପକ୍ଷରୁ ୧୭ତମ ବାର୍ଷିକ କ୍ରୀଡ଼ା ଉତ୍ସବ ସୋମବାର ଦିନ ଉଦଯାପିତ ହୋଇଯାଇଅଛି। କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଟିତ ହୋଇଥିବା ଶିଶୁ ମନ୍ଦିରର ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦଯାପନ ସମାରୋହରେ ମୂଖ୍ୟଅତିଥି ଭାବେ କୋଣାର୍କ ଥାନା ସହ ଅଧିକାରୀ ଶ୍ରୀଯୁକ୍ତ କେଦାର ନାଥ ଦୋରା, ମୁଖ୍ୟ ବକ୍ତା ମହଲ ପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଶୀର୍ଷ କୁମାର ନାୟକ ଓ ସମ୍ମାନିତ ଅତିଥି ଭାବେ ବନବିଭାଗ ସହ ଅଧିକାରୀ କାର୍ତ୍ତିକଶ୍ୱର ମୁଣ୍ଡା, ଶିକ୍ଷାବିତ ସ୍ମରଜିତ୍ କୁମାର ସେନ, ଶ୍ରୀଧର ଛାଟୋଇ ,ଅଧ୍ୟାପକ ଅରବିନ୍ଦ ସାହୁ,ଶିଶୁ ମନ୍ଦିର ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ନୀଲମ କୁମାର ପରିଡ଼ା, ସଭାପତି ପୂର୍ଣ୍ଣ ଚନ୍ଦ୍ର ଖଟୁଆ ଯୋଗଦେଇଥିଲେ। କ୍ରୀଡା ହେଇଛି ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ବିକାଶର ଉପଯୁକ୍ତ ମାଧ୍ୟମ ଅଟେ। କ୍ରୀଡା ହେଇଛି ଶିଶୁ ମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା ଉପସ୍ଥିତର ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଟିତ ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମେଘନାଦ ସ୍ୱାଇଁ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ,ଗୁରୂମା ଓ କର୍ମଚାରୀ ବୃନ୍ଦ କ୍ରୀଡା ପରିଚାଳନା ଓ ସହଯୋଗ କରିଥିଲେ।

