ବାରିପଦା, ୦୫/୧୨(ପାଇକପୁଅ)ଭଗବାନ ସବୁ କାମ ନିଜେ କରନ୍ତିନି. କିଛି କାମ ତାଙ୍କ ପ୍ରୀୟଜନଙ୍କ ଦ୍ୱାରା କରାଇ ନିଅନ୍ତି।ତେବେ ବର୍ତ୍ତମାନ ସମାଜରେ କର୍ମବୀର ସଂଖ୍ୟା ହ୍ରାସ ପାଉଥିବା ବେଳେ, ବାକ୍ୟବୀର ମାନଙ୍କର ପ୍ରତିପତ୍ତି ବଢ଼ୁଛି। ସମାଜ ବିଶୃଙ୍ଖଳାର ଚରମ ସୀମା ଆଡ଼କୁ ଦ୍ରୁତ ଗତିରେ ଆଗଉଥିବା ବେଳେ କର୍ମବୀର ମାନେ ହିଁ ଶୃଙ୍ଖଳିତ ସମାଜ ଗଠନର ସାରଥୀ ଭାବରେ ନିଜର କର୍ମସମ୍ପାଦନ କରିଥାନ୍ତି।ତେବେ ଆମେ ନିଜକୁ ବାକ୍ୟବୀର ନା କର୍ମବୀର ଭାବରେ ଗଢିବା ତାହା ସମୀକ୍ଷା କରିବାର ବେଳ ଆସିଛି ବୋଲି ଆଜି ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ବରିଷ୍ଠ ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଦଭାବନା ସମିତିର ୫୮୮ତମ ମାସିକ ସନ୍ଥ ଦିବସ ପାଳନ ଅବସରରେ ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ମୁଖ୍ୟ ଅତିଥି ଡ. ବିଜୟ ଅଗ୍ରଓ୍ବାଲା, ସମ୍ମାନୀତ ଅତିଥି ଭାବେ ଡ. ଝରଣା ବେହେରା, ସମ୍ମାନୀତ ବକ୍ତା ଭାବେ ସାମ୍ବାଦିକ ଦୀପକ କୁମାର ନାୟକ, ଡ. କୁଞ୍ଚବନ ପୃଷ୍ଟି, ଡ. ଯୋଗେନ୍ଦ୍ର ନାଥ ପଣ୍ଡା, ଅଶୋକ କୁମାର ପଲେଇ, ଶଙ୍କର ଜେନା, କୈବଲ୍ୟ ପ୍ରସାଦ ମହାପାତ୍ର, ଭାଗୀରଥ ନନ୍ଦ, ଭାସ୍ବତୀ ବାରିକ, ରଘୁନାଥ ପଣ୍ଡା, ସାମ୍ବାଦିକ ସତ୍ୟାନନ୍ଦ ଶେଜପଡା ଓ ପଦ୍ମନାଭ ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଡିସେମ୍ବର ମାସରେ ଆବିର୍ଭାବ ହୋଇଥିବା ପ୍ରଭୂ ଯୀଶୁଖ୍ରୀଷ୍ଟ, ଭକ୍ତ ମୀରାବାଇ, ମହାବୀର ଜୈନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ସମିତିର ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

