ବାରିପଦା, ୦୫/୧୨(ପାଇକପୁଅ)କୃଷିପ୍ରଧାନ ରାଜ୍ୟ ଓଡିଶାରର ଖରିଫ ଧାନ ଅମଳ ପ୍ରାୟ ଶେଷ ପର୍ଯାୟରେ ପହଞ୍ଚିଛି. ବର୍ତ୍ତମାନ ମଣ୍ଡି ଖୋଲିବା ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ମିଲର ଓ ସରକାରଙ୍କ କଳି ପଦାକୁ ଆସିଛି. ଏହା କଳି ନା କୋଳାକୋଳି ସେନେଇ ଚାଷୀ ମହଲରେ ସନ୍ଦେହ ପ୍ରକାଶ ପାଇଛି. ସବୁ ଦିଗରୁ ଚାଷୀମାନେ ଚଳିତ ସରକାର ସମୟରର ଏକ ଗମ୍ଭୀର ପରିସ୍ଥିତି ମଧ୍ଯରର କାଳ କାଟୁଛନ୍ତି. ସରକାର ଯାହା ପ୍ରଚାର କରୁଛନ୍ତି କାର୍ଯ୍ୟ କ୍ଷେତ୍ରରେ ତାର ଓଲଟା ଘଟୁଛି ବୋଲି ଅଭିଯୋଗ ଆଣି ଆଜି କିଶାନ କଂଗ୍ରେସ ପକ୍ଷରୁ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ବିନା କଟନୀ ଛଟନୀ ଓ ବିନା ଜଟିଳ ମାନ ନିର୍ଦ୍ଧାରଣରେ ସରକାର ଚାଷୀ ଓ ଭାଗ ଚୀଷୀଙ୍କର ସମସ୍ତ ବଳକା ଧାନ କ୍ରୟ କରିବା, .ଫସଲ ବୀମାର ଥିବା ସମସ୍ତ ସମସ୍ୟା ଦୂର କରି ଚାଷୀ ପରିବାରକୁ ସ୍ବାସ୍ଥ୍ୟ ବିମାଭୁକ୍ତ କରିବା, ୫୫ବର୍ଷ ପରର ଚାଷୀ ଓ ଭାଗ ଚାଷୀଙ୍କୁ ମାସିକ ୧୦,୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା ଇତ୍ୟାଦି ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି. କର୍ଯ୍ୟକର୍ମରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, କିଶାନ କଂଗ୍ରେସ ଜିଲ୍ଲା ସଭାପତି ଦୀପକ ଦାସ, ଆଦିବାସୀ ରାଜ୍ଯ ଉପସଭାପତି ଚୈତନ୍ୟ ହାଁସଦା, କଂଗ୍ରେସ ନେତା ନାରାୟଣ ପଟ୍ଟନାୟକ, ଉତ୍ତମ ବେହେରା, ଅଡ଼ଭୋକେଟ ଜ୍ୟୋତି ପ୍ରକାଶ ରଥ, ସୁଭସ୍ମିତା ଦାସ, ସବିତା ସୋରେନ, ମାଧବୀ ସେନାପତି, ରଶ୍ମିତା ମିଶ୍ର, ବନମାଳୀ ବାରିକ, ସମର ଦାସ, ଏସକେ ରଖିମ, ଅସିତ ଦାସ, ରତନ ଶର୍ମା, ଦୁଲ୍ହନ କୁମାର ଦାସ , ରବି ନାରାୟଣ ପରିଡ଼ା, ପ୍ରଦୀପ ମିଶ୍ର, ଅଭିଷେକ ଯାଦବ, ଦକ୍ଷିଣେଶ୍ୱର ପାତ୍ର, ଗୌର ସିଂ, ମିନକେତନ ବେହେରା, ପ୍ରଦୀପ ମିଶ୍ର, ସେକ ୱାଇଧା, ଦୀନକୃଷ୍ଣ ପାତ୍ର, ସ୍ଵଗନ ଦାସ, ଶିବାନନ୍ଦ ଜ୍ଞାନେନ୍ଦ୍ର ଦାସ, ଛୁଟୁରାମ ବିନ୍ଧାଣୀ, ବାବଲି ପରିଡ଼ା ବିକାଶ ମହାଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

