ବାରିପଦା, ୦୧/୧୨(ପାଇକପୁଅ)ସ୍ଥାନୀୟ ଅମ୍ବିକା ମନ୍ଦିର ନିକଟସ୍ଥ ଭେଙ୍କଟେଶ୍ୱର ବିଦ୍ୟାଳୟର ଆନ୍ତଃବିଦ୍ୟାଳୟ ଆଥଲେଟିକ ମିଟ ବାରିପଦା ସ୍ଥିତ ଷ୍ଟାଡିଅମ ଠାରେ ଉଦଯାପିତ ହେଇଯାଇଅଛି। ଆଜି ଉଦଯାପନୀ ଉତ୍ସବରେ ବିଭିନ୍ନ ଶ୍ରେଣୀର ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ମାର୍ଚ୍ଚ ଫାଷ୍ଟ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲଷ୍ମୀ ସେନାପତିଙ୍କ ପ୍ରତତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଖେଳ ଖୁବ ସୁନ୍ଦର ଭାବରେ ସମାପ୍ତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ମୁଖ୍ୟ ସ୍ୱରୂପ ରଞ୍ଜନ ଦାସଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମୟୁରଭଞ୍ଜ ଆଥଲେଟିକ ଆସସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଯୋଗ ଦେଇ ଜୀବନରେ କ୍ରୀଡାର ଭୁମିକା ଏବଂ ଜୀବନରେ ଭଲ ମଣିଷ ହବା ପାଇଁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସୌମେନ କାନ୍ତି ମହାନ୍ତି ଖେଳାଳୀଙ୍କ ସହ ଉପସ୍ଥିତ ରହି ତାଙ୍କୁ ପ୍ରତ୍ସାହନ କରିବା ସହ ଖେଳର ଭୁମିକା ଗୁରୁତ୍ୱାରୋପ କରିଥିଲେ।ବିଦ୍ୟାଳୟର କୋର୍ଡିନେଟର ଶାନ୍ତନୁ ସିଂହ ପ୍ରତିଟି ଖେଳକୁ ନିଜେ ସ୍ୱତନ୍ତ୍ର ରୂପେ ତଦାରଖ କରୁଥିଲେ।ପୁରସ୍କାର ବିତରଣ ଉତ୍ସବରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଅମିତ କୁମାର ବେହେରା , ଦୀପାୟନ ସେନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।ଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱରୂପ ରଞ୍ଜନ ଦାସ ଖେଳକୁ ସୁରୁଖୁରରେ ସମାପ୍ତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

