ଭୁବନେଶ୍ୱର, ୦୧/୧୨(ପାଇକପୁଅ) ବରିଷ୍ଠ ନେତା ତଥା ଭୁବନେଶ୍ୱର ସାଙ୍ଗଠାନିକ ଜିଲ୍ଲାର ପୂର୍ବତନ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସେନାପତିଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ସ୍ୱର୍ଗତଃ ସେନାପତି ଜଣେ ମିଷ୍ଟଭାଷୀ, ସୁସଂଗଠକ, ଅମାୟିକ, ଧର୍ମପରାୟଣ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ସ୍ୱର୍ଗତଃ ସେନପତି ଦଳର ମୂଳ ବିଚାରଧାରା ସହ ଜଡ଼ିତ ଥିଲେ। ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନ ଉଲ୍ଲେଖନୀୟଭାବେ ବିସ୍ତାର ଲାଭ କରିଥିଲା। ତାଙ୍କ ବିୟୋଗରେ ବିଜେପି ସଂଗଠନରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସ୍ୱର୍ଗତଃ ସେନାପତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁପରିଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।

