ମାଲକାନଗିରି, ୨୬/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଞ୍ଚାୟତ ସଦର ଗ୍ରାମର ମଙ୍ଗୁଳି ଭୂମିଆ (୬୦) ଗତ ସୋମବାର ଦିନ ଗ୍ରାମ ନିକଟସ୍ଥ ସାବେରୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ, ତେବେ ଆଜି ତାଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଅସାବଧାନତା କାରଣରୁ ମଙ୍ଗୁଳି ଶୌଚ ବେଳେ ନଦୀରେ ଖସି ଯାଇ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ମହିଳା ମାନେ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରି ବିଫଳ ହେବା ପରେ ଗାଁରେ ଯାଇ ଖବର କହିଥିଲେ। ଗାଁ ଲୋକେ ଖବର ପାଇ ନଦୀ କୂଳରେ ପହଞ୍ଚି ମାଥିଲି ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ। ମାଥିଲି ଅଗ୍ନିଶମ ବାହିନୀ ଖବର ପାଇ ମାଥିଲି ଅଗ୍ନିଶମ ବାହିନୀ ର ଅଧିକାରୀ ରେଣୁ ଦିଶାରୀ ଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଦିନ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଦାନ ମିଳି ନଥିଲା. ସନ୍ଦାନ ନମିଳିବାରୁ ନଦୀର ତଳ ମୁଣ୍ଡରେ ଦୁଇଟି ଜାଲ ବସାଇ ଥିଲେ. କିନ୍ତୁ ଆଜି ସକାଳୁ ସକାଳୁ ମଙ୍ଗୁଳୀର ମୃତ ଦେହ ପ୍ରଥମ ଜାଲ ଭେଦ କରି ଦ୍ୱିତୀୟ ଜାଲରେ ଲାଗିଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ଦେଖିବା ପରେ ମାଥିଲି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ. ଖବର ପାଇ ମାଥିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମଙ୍ଗୁଳୀର ଶବ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ପରିବାର ଲୋକେ ମାଥିଲି ଥାନା ଅଧିକାରୀଣି ଗୀତାଞ୍ଜଳି ପ୍ରଧାନ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ମାଥିଲି ଥାନା ଅଧିକାରିଣୀ ଲିଖିତ ଅଭିଯୋଗ ପାଇବା ପରେ ଏକ ପୋଲିସ ଟିମ ଘଟଣା ସ୍ଥଳକୁ ପଠାଇ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମାଥିଲି ଉପଖଣ୍ଡ ଚିକିତ୍ସାଳକୁ ପଠାଇ ଥିଲେ. ମାଥିଲି ପୋଲିସ ଙ୍କ ଉପସ୍ଥିତ ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

