ବାଙ୍କୀ, ୨୬/୧୧(ପାଇକପୁଅ) ବାଙ୍କୀ ଅଞ୍ଚଳରେ ଭାରତୀୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ସାମ୍ବାଦିକଙ୍କ ସ୍ୱର ଚପାଇବାକୁ ପ୍ରୟାସ । ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଗ୍ରାମପଞ୍ଚାୟତରେ ଥିବା ମହବେରଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାଡ଼ମାରିବାର ଅଭିଯୋଗ ଆସିଥିଲା । ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଏକ ଗଣମାଧ୍ୟମର ପ୍ରତିନିଧି ଉକ୍ତ ବିଦ୍ୟାଳୟରେ ପହଞ୍ଚିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ କୁମାର ବେହେରା କୌଣସି ପ୍ରତିକ୍ରିୟା ଦେବାକୁ ମନାକରିବା ସହିତ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବାର ଧମକ ଦେଇ କାର୍ଯ୍ଯରତ ସାମ୍ବାଦିକଙ୍କ ଉପସ୍ଥିତିରେ କିଛି ଅସାମାଜିକ ଯୁବକଙ୍କୁ ଫୋନ କରି ଡକାଇ ଧମକାଇବାରୁ ସାମ୍ବାଦିକ ଜଣକ ଫେରିବା ସମୟରେ ସୁଦାମ ଖଟୁଆ ଓ କୈଳାସ ଖଟୁଆ ହାତରେ ମାରଣାସ୍ତ୍ର ଧରି ତାଙ୍କୁ ଜୀବନରୁ ମାରିଦେବାକୁଗୋଡାଇବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସାମ୍ବାଦିକ ଜଣକ ସେଠାରୁ ଜୀବନ ବଞ୍ଚାଇ ଚାଲିଆସିଥିଲେ । ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନ ନିଜ ସୁରକ୍ଷା ସହ ନ୍ୟାୟ ପାଇବା ନିମନ୍ତେ ବାଙ୍କୀ ଥାନାରେ ଲିଖିତ ଏତାଲା ଦେଇଛନ୍ତି କିନ୍ତୁ, ବାଙ୍କୀ ଥାନା ଅଧିକାରୀ ଏ ଦିଗରେ କୌଣସି ପଦେକ୍ଷପ ନ ନେଇ ନୀରବ ରହି ଥିବା ଜଣା ପଡିଛି। ଘଟଣା ସମ୍ପର୍କ ରେ ଆମ ବାଙ୍କି ସବଡିଭିଜନ ପୋଲିସ ଅଧିକାରୀ କହିଛନ୍ତି ଘଟଣା ଦିଗରେ ଦୃଷ୍ଟି ଦେବି।

