ବାରିପଦା, ୨୧/୧୧(ପାଇକପୁଅ)ସ୍ଥାନୀୟ ଶ୍ରୀ ଶ୍ରୀ ହରିବଳ ଦେବ ଜୀଉ ଶିଶୁ ମନ୍ଦିର ର ପ୍ରଧାନଆଚାର୍ଯ୍ୟ ରାମଚନ୍ଦ୍ର ନାଥ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ବିଜ୍ଞାନମେଳାକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡଃ. ସରୋଜ ନାୟକ, କଣ୍ଟାପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ମୟୂରଭଞ୍ଜ ସାଇନ୍ସ ଫର୍ମର ସଭାପତି ଅମିତାଭ ମିଶ୍ର ଓ ବିଦ୍ୟାଳୟର ସାଧାରଣ ସମ୍ପାଦକ ଡ଼ା. ଆଦିତ୍ୟ କୁମାର ପଣ୍ଡା ଉଦଘାଟନ କରି ପ୍ରକଳ୍ପ ସବୁ ବୁଲି ଦେଖିଥିଲେ। ବିଦ୍ୟାଳୟର ଗୁରୁଜୀ ବିମଳ କୁମାର ମହାପାତ୍ର, ଅନିମା ସ୍ୱାଇଁ , ମନ୍ମଥ ଜେନା, ବବିତା ଗୌଡ ଓ ଜ୍ୟୋତି ମିସ୍ତ୍ରୀଙ୍କ ମାର୍ଗ ଦର୍ଶନରେ ସମୁଦାୟ ୫୦ ଗୋଟି ପ୍ରୋଜେକ୍ଟ ପ୍ରଦର୍ଶନ କରାଯାଇଥିଲା. ବିଚାରକ ଭାବେ ଗଣିତ ଶିକ୍ଷକ ଦୀପକ ରାମ ଓ ବିଜ୍ଞାନ ଶିକ୍ଷକ ସୁବ୍ରତ ମିଶ୍ର ଯୋଗ ଦେଇ ଶ୍ରେଷ୍ଠ ପ୍ରକଳ୍ପ ଚୟନ କରିଥିଲେ। ବରିଷ୍ଠ ଗୃପର ସାଇ ଶୁଭମ ବରଜ, ଅଙ୍କିତ ରାମ ଓ ତ୍ରୈଲୋକ୍ୟ ପୋଥାଳଙ୍କ ପ୍ରୋଜେକ୍ଟ ପ୍ରଥମ, ବାପୁନ ଦେ ଓ ଏସକେ ଆସିଫଙ୍କ ପ୍ରୋଜେକ୍ଟ ଦ୍ଵିତୀୟ ଏବଂ ସୋନାକ୍ଷୀ ଦତ୍ତ ଓ ସୁଶ୍ରୀ ନେନା ଦାସଙ୍କ ପ୍ରୋଜେକ୍ଟ ସହିତ ଅନୁପ କ୍ରିଷ୍ଣା ଦାସ ଓ ଅଖିଳେଶ ବେହେରାଙ୍କ ପ୍ରଜେକ୍ଟ ଯୁଗ୍ମ ତୃତୀୟ ହୋଇଥିଲା।ସେହିପରି କନିଷ୍ଠ ଗୃପରୁ ଆଦିତ୍ୟ ନନ୍ଦନ ସାହୁ ଓ ଜିଜ୍ଞାଶୁ ମହାପାତ୍ରଙ୍କ ପ୍ରୋଜେକ୍ଟ ପ୍ରଥମ, ଦେବସ୍ମିତା ନାୟକ ଓ ଲିପାଖି ଦାସଙ୍କ ପ୍ରୋଜେକ୍ଟ ସହିତ ସାଇ ସ୍ଵସ୍ତିକ ପୃଷ୍ଟି ଓ ବୈଭଂଶୁ ବାରିକଙ୍କ ପ୍ରୋଜେକ୍ଟ ଯୁଗ୍ମ ଦ୍ଵିତୀୟ, ଅମ୍ରିତା ସିଂ ଓ ଅନ୍ୱେଷା ପାଲଙ୍କ ପ୍ରକଳ୍ପ ସହିତ ଅନିରୁଦ୍ର ପଣ୍ଡା ଓ ମନସ୍ଵିନୀ ନାୟକଙ୍କ ପ୍ରକଳ୍ପ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଉପ କନିଷ୍ଠ ବର୍ଗରୁ ଶ୍ରୀୟଂଶୁ ମାନାଙ୍କ ପ୍ରଦର୍ଶିତ ପ୍ରକଳ୍ପ ପ୍ରଥମ, ଲିପସା ପୃଷ୍ଟିଙ୍କ ପ୍ରକଳ୍ପ ଦ୍ଵିତୀୟ ଓ ରୋହିତ ପୃଷ୍ଟିଙ୍କ ପ୍ରକଳ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ।

