ବାରିପଦା, ତା ୨୧/୧୧(ପାଇକପୁଅ) ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ବନ୍ୟପ୍ରାଣୀ ଏବଂ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି।କ୍ଷେତ୍ରୀୟ ଗବେଷଣାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ଦିଗରେ ଆହ୍ୱାନ ଓ ସମାଧାନ ଶୀର୍ଷକ ଏହି କର୍ମଶାଳାର ଉଦଘାଟନୀ ଉତ୍ସବକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦଘାଟନ କରି ଏହା ବିଜ୍ଞାନ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ।ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡକ୍ଟର ଆନି ପୂନମ, ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ବିଶ୍ୱବିଦ୍ୟାଳୟ ପି.ଏମ. ଉଷା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ଯୋଗଦେଇ ମହିଳା ବିଜ୍ଞାନୀ ମାନଙ୍କର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଥିଲେ।ବିଭାଗୀୟ ସଂଯୋଜକ ତଥା ଆବାହକ ଡ. ଶୁଭାନୀ ରଥ ବିବରଣୀ ପାଠ କରିଥିବା ବେଳେ ଡ. ଦେବାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ସହକାରୀ ପ୍ରଫେସର ଡ. ଅଶୋକ କୁମାର ମଲ୍ଲିକ, ଡ. ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ମୋନାଲି ଗୋସ୍ୱାମୀ, ପଶ୍ଚିମବଙ୍ଗ ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଡ. ପ୍ରିୟଙ୍କା ହାଲଦାର ମଲ୍ଲିକ, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଡ. ଶ୍ୱେତାଶ୍ରୀ ପୁରୋହିତ, ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର ଜୟଶ୍ରୀ ମିଶ୍ର, ଆଇଆଇଟି ଭୁବନେଶ୍ୱରର ଡ. ମଧୁସ୍ମିତା ଦାଶ, ମୟୂରଭଞ୍ଜର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମାଝି, ଚେନ୍ନାଇସ୍ଥିତ ଗଣିତୀୟ ବିଜ୍ଞାନ ସଂସ୍ଥାନର ଡ. ଭାରତୀ ଧରପୁରମ, ନୂଆଦିଲ୍ଲୀସ୍ଥିର ୱାଲଡ ୱାଇଲଡ ଲାଇଫ ଫଣ୍ଡର ମିସ ସାଧ୍ୱୀ ସିନ୍ଦୁରା ଓ କଲିକତାର କ୍ଷେତ୍ରୀୟ ଗବେଷିକା ଡ. ଆୟୁସ୍ମିତା ନାଏକ ପ୍ରମୁଖ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି।

