ମାଲକାନଗିରି, ୨୦/୧୧ (ସୁଧାଂଶୁ ଶେଖର ମହାନ୍ତି)ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ, ମାଲକାନଗିରି ଜିଲ୍ଲା ଶାଖା ତରଫରୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ବହୁବର୍ଷ ଧରି ଏହର୍ସରକାରୀ ଆଉସୋର୍ସିଙ୍ଗ କର୍ମଚାରୀ ମାନେ ନିଜର କର୍ତବ୍ୟ ସୁଚାରୁ ରୂପେ କରି ଆସୁଥିଲେ ସୁଦ୍ଧା ଏମାନଙ୍କୁ କୌଣସି ସୁବିଧା ସୁ ଯୋଗ ଯୋଗାଇ ଦିଆ ଯାଇନାହିାଁ ବିସେଷ କରି ଗତ ୨୦୨୨ ମସିହାରେ କେତେକ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରା ଯାଇ ସେମାନଙ୍କୁ ସମସ୍ତସୁବଇଧା ଯୋଗାଇ ଦିଆ ଯାଉଥିବା ବେଲେ ଆଉ କେତେଜଣ ବର୍ତ୍ତମାନ ସୁଦ୍ଧା ଚୁକ୍ତିଭିତିକ କର୍ମଚାରୀ ଭାବେ ହିଁ ରହି ଯାଇଛନ୍ତିା ତେବେ ୨୦୨୨ ମସିହାରେ ଏହି ଚୁକ୍ତିଭିତିକ କର୍ମଚାରୀ ମାନଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରା ଯାଇଥିବା ବେଳେ ଏ ସମ୍ବନ୍ଧରେ ଗତ ମାର୍ଚ ମାସ ୨୦୨୫ରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ମାଧ୍ୟମରେ ଏମାନଙ୍କୁ ପୁନଃ ନି ଯୁକ୍ତି ପ୍ରଦାନ ସମ୍ବନ୍ଧରେ ଦାବି କରିଥିଲୋ କିନ୍ତୁ ଏଜାବତ ଏ ସମ୍ବନ୍ଧରେ କୌମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିାଁ ତେଣୁ ପୁନର୍ୱା ଏ ସମ୍ବନ୍ଧରେ ବିଧାୟକଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରା ଯିବା ସହ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତିା ଏଥିସହ ସ୍ଥାୟୀ ନି ଯୁକ୍ତି ପାଇଥିବା ସମସ୍ତ କର୍ମଚାରୀଙ୍କୁ ଯେଉଁ ସବୁ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆ ଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଅବସରରେ ଜିଲ୍ଲା ସଭାପତି ବିକ୍ରମ ରାଉତ, ସମ୍ପାଦକ ପ୍ରମୋଦ ବାଜିଂଗ, ବ୍ଲକ କୋର୍ଡିନେଟର ମାନଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

