କୋଣାର୍କ,୧୯/୧୧(ପାଇକପୁଅ) ଗୁରୁବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସପତ୍ନୀକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାର ସ୍ବାମୀ ପରିଦର୍ଶନ କରିଥିବା ଜଣାପଡିଛି।କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଥିଲେ। ସୂଚନାରୁ ଜଣାପଡେକି ଗୁରୁବାର ପୂର୍ବାହ୍ନରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ ଡି କୁମାର ସ୍ବାମୀ ତାଙ୍କ ପତ୍ନୀଙ୍କ ସହ କୋଣାର୍କ ମନ୍ଦିର ବୁଲି ଦେଖିଥିଲେ। ସ୍ବୀକୃତି ପ୍ରାପ୍ତ ଗାଇଡ ବିସେଶ୍ବର ଦାଶ ତାଙ୍କୁ ସୂର୍ଯ୍ୟମନ୍ଦିର ସମ୍ପର୍କରେ ସବୁକିଛି ବୁଝାଇଥିଲେ।ମାନ୍ୟବର ମନ୍ତ୍ରୀ ଓଡ଼ିଶାର କଳା,ସ୍ଥାପତ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ବ୍ଲାକ ପୋଗୋଡ଼ାକୁ ବୁଲି ଦେଖିଥିଲେ।ପରିଶେଷରେ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରମନ୍ତ୍ରୀ ପୁରୀ ଅଭିମୁଖେ ଯାତ୍ରା କରିଥିଲେ।ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କୋଣାର୍କ ପର୍ଯ୍ୟଟନ ଅଧୂକାରୀ ଅମୀୟ କୁମାର ସେଠୀଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ପୋଲିସ ପ୍ରଶାସନ ପକ୍ଷରୁ ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

