ବାରିପଦା,୨୧/୧୧(ପାଇକପୁଅ)ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ବାରିପଦା ଅବକାରୀ ଉପ-ଅଧିକ୍ଷକ ତପସ୍ୱିନୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରିପଦା ସଦର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ନେତୃତ୍ୱରେ ଦେଉଳି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ, ବାରିପଦା ସଦର ଅବକାରୀ ଥାନା କର୍ମଚାରୀ ଦେବରାଜ ସାହୁ, ସବିତା ମହନ୍ତ, ହେମନ୍ତ କୁମାର ପାତ୍ର, ସଂଜୀବ କୁମାର ମହାପାତ୍ର ପ୍ରମୁଖଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବାରିପଦା ସଦର ଥାନା ଅନ୍ତର୍ଗତ
ଗୋବର୍ଦ୍ଧନଶୋଳ ଗ୍ରାମରେ ଚଢ଼ାଉ କରାଯାଇ ୬୦ ଲିଟର ଦେଶୀ ରନ୍ଧା ମଦ ଓ ୧୦୫୦ ଲିଟର ମହୁଲ ପୋଚ ଜବତ କରାଯିବା ସହିତ ଗୋବର୍ଦ୍ଧନଶୋଳ ଗ୍ରାମର ବାସନ୍ତୀ ଦେହୁରୀ (୨୦)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ବାରିପଦା ସଦର ଅବକାରୀ ଥାନା ପକ୍ଷରୁ ୧୭୯/୨୫ ମୂଳେ ମାମଲା ରୁଜ୍ଜୁ କରାଯାଇଛି।

