କନ୍ଧମାଳ,୧୬/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଛତିଶଗଡ଼ ଅଞ୍ଚଳ ର ମାଓବାଦୀ ଦମ୍ପତି କନ୍ଧମାଳ ପୋଲିସ ନିକଟରେ ଆତ୍ମସାମର୍ପଣ କରିଛନ୍ତି।ଏହି ଦୁହେଁ ମାଓବାଦୀ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ କାଲମୁ ଓରଫ କିଶୋରର ଗ୍ରାମ ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ଜାଗୁରଗୁଣ୍ଡା ଥାନା ଅନ୍ତର୍ଗତ ପାର୍ଲାଗଟା ହୋଇଥିବା ବେଳେ ମାଦଭି ର ଘର ସୁକୁମା ଜିଲ୍ଲା ବାଜେ ଥାନା ଅର୍ନ୍ତଗତ କୀନ୍ଦ୍ରାମ୍ ଗ୍ରାମରେ ବୋଲି ଜଣାପଡିଛି।ଉଭୟେ ୨୦୧୮ରୁ କ୍ୟାଡ଼ର ମାଓବାଦୀ ଭାବେ ବଂଶଧାରା- ଘୁମସର – ନାଗାବଳି ଡ଼ିଭିଜନ ରେ ରହି ଛତିଶଗଡ଼ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲେ।କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଓ କୋଟଗଡ଼ ଅଞ୍ଚଳରେ ବିଜିଏନ ଡିଭିଜନର ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ। ଉଙ୍ଗା କଲାମୁ ଓରଫ କିଶୋର ଓ ମାସେ ମାଧବୀ, ଉଭୟ ମାଓ କ୍ୟାମ୍ପରେ ବିବାହ କରିଥିଲେ। ପୋଲିସର ମାଓ ଦମନ ରଣନୀତି ଯୋଗୁଁ ଭୟଭୀତ ହୋଇ ଏହି ମାଓ ଦମ୍ପତି ଆଜି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, କନ୍ଧମାଳ ଏସପି ହରିଶ ବିସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ।

ସେମାନଙ୍କ ନିକଟ ରୁ, ରକେଟ ଲଞ୍ଚର, ଟିଫିନ ବୋମା, ଚାଉଳ, ମେଡ଼ିସିନ, ଚପଲ, ମାଓ ପୋଷାକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି। ମୁଖ୍ୟ ସ୍ରୋତ ରେ ସାମିଲ ହେବା ପରେ, ସମସ୍ତ ସରକାରୀ ସୁବିଧା ଓ ସହାୟତା ସେମାନଙ୍କୁ ପ୍ରଦାନ କରିହେବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। କେନ୍ଦ୍ର ସରକାର ଙ୍କ ମାଓ ଦମନ ନୀତି, ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶ ରେ ମାଓ ମୁକ୍ତ ଅଭିଯାନ କୁ ଜୋରଦାର କରାଯାଇ କୁମ୍ବି ଅପରେସନ କୁ ଜୋରଦାର କରାଯିବା ଫଳରେ, ଏବେ ବଣ ଜଙ୍ଗଲ ରେ ମାଓବାଦୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା କହିଛନ୍ତି ଦୁଇ ମାଓ ବାଦୀ।

