ମାଲକାନଗିରି,୧୧/୧୧ (ସୁଧାଂଶୁ ଶେଖର ମହାନ୍ତି)ଅନଲାଇନ ଓ ସାଇବର ଠକେଇ ରୋକିବା ଓ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ପଦ୍ମଗିରି ପଞ୍ଚାୟତ ରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲା ପୋଲିସ ବିଭାଗ ମାଲକାନଗିରି ଆଦର୍ଶ ଥାନା ମିଳିତ ଉଦ୍ୟମ ରେ ମାଲକାନଗିରି ବ୍ଲକସ୍ଥ ଛତିଶଗଡ଼ ସୀମାନ୍ତ ପଦ୍ମଗିରି ପଞ୍ଚାୟତ ତଳସାହି ଖେଳ ପଡିଆ ଠାରେ ଏହି କାର୍ଯ୍ୟକ୍ରମ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏସ୍ଡ଼ିପିଓ ଦିବ୍ୟରଞ୍ଜନ ଦଳେଇ ଯୋଗଦେଇ ପ୍ରଥମେ ପଦ୍ମଗିରି ଉଚ୍ଚ ବିଦ୍ୟାଳୟ ନିକଟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ଶୁଭାଆରମ୍ଭ କରିଥିଲେ। ବିରାଟ ସଚେତନତା ଶୋଭାଯାତ୍ରା ବାହାରି ପଦ୍ମଗିରି ବଜାର ଗାଁ ପରିକ୍ରମା କରି ତଳସାହି ଖେଳ ପଡିଆ ଠାରେ ଏକ ବିରାଟ ସଚେତନତା ସଭାର ଆୟୋଜନ କରା ଯାଇଥିଲା। ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥିଭାବେ ଏସ୍ଡ଼ିପିଓ ଦିବ୍ୟ ରଞ୍ଜନ ଦଳେଇ, ମୂଖ୍ୟଵକ୍ତା ଭାବେ ସମାଜସେବୀ ରତ୍ନାକର ଦାଶ, ସମ୍ମାନୀତ ଅତିଥି ଭାବେ ବ୍ଲକ ଚେୟାର ମେନ ଗୌରୀ ପଡିଆମୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଦଶରଥ ପଡିଆମୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ଆଦିବାସୀ ନେତା କୃଷ୍ଣ ଚନ୍ଦ୍ର ମାଡକାମୀ, ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିୟା, ବିଧାୟକ ପ୍ରତିନିଧି ଅଶୋକ ବୈଦ୍ୟ, ନାଏବ ସରପଞ୍ଚ ରମିଳା ନାୟକ ପ୍ରମୁଖ ଉପସ୍ଥିତ ରହି ସାଇବର ଠକେଇରୁ ଜନସାଧାରଣ କିପରି ସୁରକ୍ଷା ପାଇପାରିବେ ସଚେତନ କରିଥିଲେ। ସାଇବର ଅପରାଧୀମାନେ ଡିଜିଟାଲ ପ୍ଲାଟଫର୍ମ, ହ୍ୱାଟ୍ସଆପ୍, ଇନ୍ଷ୍ଟାଗ୍ରାମ, ଇ-ମେଲ ଓ ମୋବାଇଲ ଫୋନ୍, ଇଣ୍ଟେରନେଟ ମାଧ୍ୟମ ରେ ବ୍ୟାଙ୍କ ଜମା ଖାତା ରୁ ଟଙ୍କା ଗାଏବ କରିଥାନ୍ତି, ସେମାନେ ନାନା ପ୍ରକାର ଲୋଭ ଦେଖାଇ ଥାନ୍ତି,ତୁମ ଆକାଉଣ୍ଟରେ ବନ୍ଦ ରହିଛି, ଏଟିଏମ୍ ଖରାପ ହୋଇଯାଇଛି, ଫୋନ ନମ୍ବର ରେ ଲକି ଡ୍ର ପୁରସ୍କାର ମିଳି ମିଳିଛି ବିଭିନ୍ନ ପ୍ରଲୋଭନ ଦେଖାଇ ଠକିଥାନ୍ତି, ବହୁ ପ୍ରକାର ପ୍ରଲୋଭନ ଦେଖାଇ ଉକ୍ତ କଲ୍ ନମ୍ବରରୁ କଲ୍ ଆସିଲେ ନମ୍ବରକୁ ମନେରଖି ସଙ୍ଗେସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଲେ ପୋଲିସ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ହଟାତ ମେସେଜ କିମ୍ବା ଓଟିପି ପଠାଇବେ ନାହିଁ ବୋଲି ସଚେତନତା କରା ଯାଇଥିଲା। ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଆଓମା ଗୁରୁକୁଳ କଳାକାର ମାନଙ୍କ ଦ୍ୱାରା ସାଇବର ଠକେଇ ସମ୍ପର୍କ ରେ ନାଟକ ମଞ୍ଚସ୍ଥ ହୋଇଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରା ଯାଇଥିଲା। ସଚେତନତା ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ରେ ଶତାଧିକ ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ ଓ ଅଭିଭାବକ ମଧ୍ଯ ଉପସ୍ଥିତ ଥିଲେ।

