ବାରିପଦା,୧୧/୧୧(ପାଇକପୁଅ) ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୯ମ ସନ୍ଧ୍ୟାରେ ଜୁନିୟର ଗ୍ରୁପର ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ୧୦ ବର୍ଷରୁ କମ ୧୨୪ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ଅଡିସନ ହୋଇଥିଲା। ସେମାନଙ୍କ ମଧ୍ୟରୁ ଯେଉଁ ୬୯ ଜଣ ଫାଇନାଲକୁ ଉନ୍ନୀତ ହୋଇଥିଲେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ନେହାଶ୍ରୀ ସଲୋନୀ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ୧୪ ତାରିଖ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟକ୍ରମ ମୁଖ୍ୟ ପ୍ରିତମ ପଣ୍ଡା ଜଣାଇଛନ୍ତି।ବାଲେଶ୍ୱରର ରମିୟା ହୁଇ ଏବଂ ବାରିପଦାର ମେଘା ସାହା ବିଚାରକ ଭାବେ ଯୋଗ ଦେଇଥିଲେ। କୁନିକୁନି କଳାକାରଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଅବିନାଶ ରଥ, ଅନିଶ ମିଶ୍ର, ଆଲୋକ ବାରିକ ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ। ଆସନ୍ତାକାଲି ସିନିୟର ସୋଲୋ, ଡୁଏଟ ଏବଂ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି।

