ଭୁବନେଶ୍ୱର,୦୭/୧୧(ପାଇକପୁଅ)ସବୁବର୍ଷ ଭଳି ଏବର୍ଷ ମଧ୍ୟ ରସୁଲଗଡ ଦୁର୍ଗା ପଡିଆରେ ମେଘା ସପିଙ୍ଗ ବଜାର ତରଫରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଦେଶୀ ମେଳା ଓ ଶୀତ ବସ୍ତ୍ର ପ୍ରଦର୍ଶନୀ।ଆସନ୍ତା ଡିସେମ୍ବର ୧୨ତାରିଖ ଠାରୁ ଆରମ୍ଭ ହୋଇ ଏହି ମେଳା ଜାନୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏଠାରେ ମୋଟ ୫୦ଟି ଷ୍ଟଲ ଖୋଲା ଯାଇଛି ।ଏହି ଷ୍ଟଲ ଗୁଡିକରେ ଦେଶୀ ପାମ୍ପଡ, ଆଚାର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଘରକରଣା ଜିନିଷ, ଶାଢ଼ୀ, ବେଡ଼ସିଟ ସାଙ୍ଗକୁ ବିଭିନ୍ନ ପ୍ରକାରର ଶୀତ ବସ୍ତ୍ର ଉପଲବ୍ଧ ହେବ। କମ୍ ଦାମରେ ଓ ଦେଶୀ ଜିନିଷ ଲୋକେ କିପରି ହାତ ପାଆନ୍ତାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ସପିଙ୍ଗ ବଜାରର ଖୋଲିବାକୁ ଯାଉଛି ବୋଲି ସପିଙ୍ଗ ବଜାରର ମୁଖ୍ୟ ମୁନ୍ନା ଭାଇ ପ୍ରକାଶ କରିଛନ୍ତି । ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । । ଏହି ଅବସରରେ ଆଜି ଦୁର୍ଗାପୂଜା ପଡିଆ ଠାରେ ହୋମଯଜ୍ଞ କରାଯାଇ ଏହି ଷ୍ଟଲର ଶୁଭଖୁଣ୍ଟି ଅନୁକୂଳ କରାଯାଇଛି।

