କୋଣାର୍କ,୦୫/୧୧(ପାଇକପୁଅ)କୋଣାର୍କ ଥାନା ଅଧିନ ଗୋପବ୍ଲକ ବନାଖଣ୍ଡି ପଞ୍ଚାୟତ ସରପଞ୍ଚ ପ୍ରଜ୍ଞାପରମିତା ନାୟକଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କିଛି ଅସନ୍ତୁଷ୍ଟ ୱାର୍ଡସଭ୍ୟ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏନେଇ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ବନାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୋଟିଂ କରାଯାଇଥିଲା।ବନାଖଣ୍ଡି ପଞ୍ଚାୟତର ସମୁଦାୟ ୧୮ଟି ୱାର୍ଡ ମଧ୍ୟରୁ ନିର୍ବାଚନ ହୋଇଥିବା ୧୭ଟି ୱାର୍ଡ ସଭ୍ୟଙ୍କ ସମେତ ସରପଞ୍ଚ ଏହି ଭୋଟିଂ ରେ ଉପସ୍ଥିତ ହୋଇ ଭୋଟ ପ୍ରଦାନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ୱାର୍ଡ ମେମ୍ବରଙ୍କୁ ନେଇ କଡା଼ ସୁରକ୍ଷା ବଳୟ ମଧ୍ୟରେ ଭୋଟିଂ କରାଯାଇଥିଲା।ସୂଚନା ମୁତାବକ ନିର୍ବାଚନ ଅଧିକାରୀ ଭାବେ ଗୋପ ତହସିଲଦାର ଅନୀଲ କୁମାର ମହାନ୍ତି,ଅତିରିକ୍ତ ବିଡ଼ିଓ ଦୀପକ କୁମାର ଜେନା ଓ ବନାଖଣ୍ଡି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମନନ୍ଦିପ ଶତପଥୀ,କୋଣାର୍କ ରାଜସ୍ବ ନିରୀକ୍ଷକ କୁଁଅର ମୂର୍ମୁଙ୍କ ସମେତ ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀ,କୋଣାର୍କ ଥାନା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ, ରାମଚଣ୍ଡୀ ଥାନା ଅଧିକାରୀ ବିଚିତ୍ରାନନ୍ଦ ପରିଡା,ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ପ୍ରତିମା ସାହୁ ଓ ଗୋପ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ପ୍ଲାଟୁନ ଫୋର୍ସଙ୍କୁ ନେଇ କଡା ସୁରକ୍ଷା ପ୍ରଦାନ କରାଯାଇଥିଲା।ପ୍ରସାଶନ ପକ୍ଷରୁ ଫଳାଫଳ ଘୋଷଣା କରାଯାଇ ନଥିଲା ।ନିର୍ବାଚନ ସରିବା ପରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପ୍ରଶାସନ ତରଫରୁ ଭୋଟ ବାକ୍ସକୁ ସିଲ କରାଯାଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କଡା ସୁରକ୍ଷା ମଧ୍ୟରେ ନିଆଯାଇଥିଲା ।ସେଠାରେ ଭୋଟ ଫଳାଫଳ ପରେ ଘୋଷଣା କରାଯିବ ବୋଲି ଜଣାପଡିଛି।

